fbpx

ଆସିଲା କଠୋର ନିୟମ: ଛାତ୍ରଛାତ୍ରୀ ସ୍କୁଲରେ ଅନୁପସ୍ଥିତ ରହିଲେ ବାପା-ମାଆ ଯିବେ ଜେଲ୍!

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ବୁଝାଇ ସୁଝାଇ ସ୍କୁଲକୁ ପଠାଇବା ଏକ କଷ୍ଟକର ବ୍ୟାପାର । ଏଥିପାଇଁ ପିତାମାତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ତେବେ ଯଦି ପିଲାମାନେ ସ୍କୁଲକୁ ନଯିବେ ତେବେ ଏଥିପାଇଁ ଅଭିଭାବକ ଦାୟୀ ରହିବେ । କେବଳ ଏତିକି ନୁହେଁ, ଛାତ୍ରଛାତ୍ରୀମାନେ ସ୍କୁଲରେ ଅନୁପସ୍ଥିତ ରହିଲେ ଏଥିପାଇଁ ଅଭିଭାବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପିଲାଙ୍କ ପାଠପଢ଼ାକୁ ନେଇ ଅବହେଳା କରୁଥିବା ଏପରି ଅଭିଭାବକଙ୍କୁ ଜେଲ୍ ଯିବାକୁ ପଡ଼ିପାରେ ।

ସୂଚନା ମୁତାବକ, ନିକଟରେ ସାଉଦି ଆରବ ସରକାର ଏପରି ଏକ କଠୋର ନିୟମ ଲାଗୁ କରିଛନ୍ତି । ପିଲାମାନେ ଯଦି କ୍ରମାଗତ ଭାବେ ୨୦ ଦିନ ଧରି ସ୍କୁଲରେ ଅନୁପସ୍ଥିତ ରହିବେ, ତେବେ ସେଥିପାଇଁ ପିଲାଙ୍କ ଅଭିଭାବକଙ୍କୁ ଏଥିପାଇଁ କାରଣ ଦର୍ଶାଇବାକୁ ପଡ଼ିବ । ଏପରି କ୍ଷେତ୍ରରେ ସମ୍ପୃକ୍ତ ଅଭିଭାବକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଅଭିଭାବକଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ ।

ଚଳିତ ଶିକ୍ଷା ବର୍ଷରୁ ଏହି ନିୟମକୁ ସ୍କୁଲରେ ଲାଗୁ କରିବାକୁ ସାଉଦି ସରକାରଙ୍କ ପକ୍ଷରୁ କୁହାଯାଇଛି । ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମେ ସ୍କୁଲ ପକ୍ଷରୁ ଯାଞ୍ଚ କରାଯାଇ ତା’ର ରିପୋର୍ଟ ଶିକ୍ଷା ବିଭାଗ ନିକଟକୁ ପଠାଇବେ ସ୍କୁଲ ଅଧ୍ୟକ୍ଷ । ଏହାପରେ ଅଭିଭାବକଙ୍କ ବିରୋଧରେ ମାମଲା ଦାୟର କରାଯାଇ ତାଙ୍କୁ କୋର୍ଟରେ ହାଜର କରାଯିବ । ଯଦି ଅଭିଭାବକ ଏ କ୍ଷେତ୍ରରେ ଦାୟିତ୍ୱହୀନତା ପ୍ରଦର୍ଶନ କରିଛନ୍ତି ବୋଲି ପ୍ରମାଣିତ ହୁଏ ତେବେ ସେଥିପାଇଁ ସେମାନେ ଜେଲ୍ ଯିବେ ।

Get real time updates directly on you device, subscribe now.