fbpx

ବାହାଘର ନେଇ ଆସିଲା ଗାଇଡଲାଇନ୍: ଜାଣନ୍ତୁ କେବେ ହେବ ଲାଗୁ ଓ କେତେଜଣଙ୍କୁ ଅନୁମତି

ଭୁବନେଶ୍ୱର, ୨୪ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେଣୁ ସରକାର ବାହାଘର ଭଳି ଉତ୍ସବମାନଙ୍କରେ ଲୋକସଂଖ୍ୟାକୁ ହ୍ରାସ କରିବାକୁ ଗାଇଡଲାଇନ କରିଛନ୍ତି । ପୂର୍ବରୁ ବିବାହ ପାଇଁ ୫ ଶହ ଲୋକଙ୍କୁ ଅନୁମତି ଥିବା ବେଳେ ଏବେ ଏହା ୨ ଶହକୁ କମାଇ ଦିଆଯାଇଛି । ସେହିପରି ଶୁଦ୍ଧିକ୍ରିୟାରେ ୫ ଶହ ଜାଗାରେ ଏଣିକି ୫୦ ଜଣଙ୍କୁ ଅନୁମତି ଦିଆଯାଇଛି ।

ଏତଦବ୍ୟତୀତ ବିବାହରେ ଯୋଗଦେଉଥିବା ଅତିଥିଙ୍କର ମାସ୍କ ପରିଧାନ ନେଇ କଟକଣା କରାଯାଇଛି । ଅତିଥି ମାସ୍କ ପିନ୍ଧି ନଥିଲେ ଆୟୋଜକ ଯୋଗାଇବେ ବୋଲି କୁହାଯାଇଛି । ଏହି ନିୟମ ଆସନ୍ତା ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନାର ଲେଉଟାଣି ରାଜ୍ୟବାସୀଙ୍କ ପାଇଁ ଭୟଙ୍କର ହେବାର ଆଶଙ୍କା ରହିଛି । ତେଣୁ ସରକାର ଏଭଳି କଟକଣା ଜାରି କରିଛନ୍ତି ।

Get real time updates directly on you device, subscribe now.