fbpx

ଛତର ଯାତ୍ରା ପାଇଁ ଲାଗୁ ହେଲା ଗାଇଡଲାଇନ୍

ଭବାନୀପାଟଣା ,୨୨ ।୧୦ (ଓଡିଶା ଭାସ୍କର): ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । ଆସନ୍ତାକାଲି ମଧ୍ୟରାତ୍ରିରୁ ୨୫ ତାରିଖ ମଧ୍ୟରାତ୍ରୀ ଯାଏଁ ଭବାନୀପଟଣାରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ସହରକୁ ଲୋକଙ୍କର ପ୍ରବେଶ ନିଷେଧ ରହିଛି । ୧୪୪ ଧାରା ଲାଗୁ ହେବା ସହ ପ୍ରବେଶ ପଥ ସିଲ୍ ହେବ । ଜରୁରୀ ସେବାକୁ ଛାଡ଼ି ଅନ୍ୟ କୌଣସି କାମ ପାଇଁ ନଆସିବାକୁ କୁହାଯାଇଛି ।

ତେବେ ଚଳିତବର୍ଷ ବିନା ଭକ୍ତରେ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ସେଠାରେ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତାୟନ କରାଯାଇଛି ।

Get real time updates directly on you device, subscribe now.