fbpx

ଗୁଜୁରାଟ ଟାଇଟାନ୍ସର ହ୍ୟାଟ୍ରିକ୍ ବିଜୟ, ଫିକା ପଡ଼ିଲା ରାସେଲ ଜଲୱା

ମୁମ୍ବାଇ: ଚଳିତ ଆଇପିଏଲର ୩୫ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ ରେ ଗୁଜୁରାଟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହି ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ କୋଲକାତାକୁ ୮ ରନ୍ ରେ ପରାଜୟ କରିଛି । ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଟସ୍ ବିଜୟ କରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି।
ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୯ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୬୭ ରନ୍ ର ପାଳି ଖେଳିଥିଲେ । ତାଙ୍କ ପଛକୁ ଡେଭିଡ୍ ମିଲର ୨୭ ରନର ପାଳି ଖେଳିଥିିଲେ ।
କୋଲକାତା ପାଇଁ ସଫଳ ବୋଲର ଭାବରେ ୧ ଓଭରରେ ୫ ରନ୍ ବ୍ୟୟ କରି ୪ଟି ୱିକେଟ୍ ହାସଲ କରିଥିଲେ । ଅନ୍ୟତମ ବୋଲର ଟିମ୍ ସାଉଥି ୪ ଓଭରରେ ୨୪ ରନ୍ ବ୍ୟୟ କରି ୩ଟି ୱିକେଟ୍ ହାସଲ କରିଥିଲେ ।
୧୫୭ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର ୩୪ ରନ୍ ରେ ୪ଟି ୱିକେଟ୍ ହରାଇ ସଂଙ୍କଟରେ ପଡିଥିଲା । ଅଧିନାୟିକ ଶ୍ରେୟସ୍ ଆୟର ଏବଂ ରିଙ୍କୁ ସିଂ କିଛି ସମୟ ସଂଘର୍ସ କରି ଦଳକୁ ବିଜୟ ଆଡ଼କୁ ନେଇଯାଉଥିଲେ । କିନ୍ତୁ ପୁଣୀ ଦଳ ବାରମ୍ବାର ୱିକେଟ୍ ହରାଇ ଚାଲିଥିଲା ।
ଶେଷକୁ ଆନ୍ଧ୍ରେ ରସଲେ ୨୫ ବଲରୁ ୪୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ବିଜୟ ପର୍ଯ୍ୟନ୍ତ ନେଇ ପାରି ନଥିଲେ । ଗୁଜୁରାଟ ପକ୍ଷରୁ ସଫଳ ବୋଲର ଭାବରେ ମହମ୍ମଦ ସାମି ୪ ଓଭରରେ ୨୦ ରନ୍ ବ୍ୟୟ କରି ୨ଟି ୱିକେଟ୍, ରଶିଦ ଖାନ୍ ୪ ଓଭରରେ ୨୨ ରନ୍ ବ୍ୟୟ କରି ୨ଟି ୱିକେଟ୍ ଏବଂ ୟଶ ଦୟାଲ ମଧ୍ୟ ୪ ଓଭର ବୋଲିଂ କରି ୪୨ ରନ ବ୍ୟୟରେ ୨ଟି ୱିକେଟ୍ ହାସଲ କରିଥିଲେ ।

Image

Get real time updates directly on you device, subscribe now.