fbpx

୭ ୱିକେଟରେ ଚେନ୍ନାଇକୁ ମାତ ଦେଲା ଗୁଜୁରାଟ: ୨୦୨୨ ସିଜନରେ ହାସଲ କଲା ଦଶମ ବିଜୟ

ମୁମ୍ବାଇ: ଗତ ସିଜନର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଏହି ବିଜୟ ସହ ଦଳ ଚଳିତ ସିଜନର ଦଶମ ବିଜୟ ହାସଲ କରିଛି । ପ୍ଲେଅଫରେ ପହଞ୍ଚି ସାରିଥିବା ଗୁଜୁରାଟ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଟପରେ ଜାଗା ପକ୍କା କରିଛି । ତେବେ ଆଜିର ଏହି ମ୍ୟାଚରେ ଦଳ ପାଇଁ ସୁପରଷ୍ଟାର ପାଲଟିଛନ୍ତି ଓପନର ତଥା ୱିକେଟ କିପର ରିଦ୍ଧିମାନ ସାହା ।

ଗୁଜୁରାଟର ଷ୍ଟାର ଓପନର ରିଦ୍ଧିମାନ ସାହାଙ୍କ ବ୍ୟାଟରୁ ପୁଣି ଆସିଛି ଏକ ଜବରଦସ୍ତ ଅର୍ଦ୍ଧଶତକ । ୧୩୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ଗୁଜୁରାଟ ଏହି ମ୍ୟାଚକୁ ୭ ୱିକେଟରେ ୫ ବଲ ବାକି ଥାଇ ବିଜୟ ହାସଲ କରି ନେଇଛି । ରିଦ୍ଧିମାନ ସାହା ଗୋଟିଏ ପଟେ ଦମଦାର ବ୍ୟାଟିଂ କରୁଥିବା ବେଳେ ଶୁଭମନ ଗିଲ ମାତ୍ର ୧୮ ରନ କରି ପାଭିଲିୟନ ଫେରି ଯାଇଥିଲେ । ଏହାପରେ ମାଥ୍ୟୁ ୱେଡ ମଧ୍ୟ ମାତ୍ର ୧୫ ବଲରେ ୨୦ ରନ କରି ସାହାଙ୍କ ସାଥ ଛାଡି ଦେଲେ । ଅଧିନାୟକ ପାଣ୍ଡ୍ୟାଙ୍କ ନିକଟରୁ ଆଉ ଏକ ସୁନ୍ଦର ପାଳି ଆଶା କରାଯାଉଥିଲା । କିନ୍ତୁ ସେ ମଧ୍ୟ ୭ ରନ କରି ସମସ୍ତଙ୍କ ନିରାଶ କରିଛନ୍ତି । ଶେଷରେ ଡାଭିଡ ମିଲର ଏବଂ ସାହା ପଡିଆରେ ଉପସ୍ଥିତ ରହି ବିଜୟ ହାସଲ କରିଛନ୍ତି । ତେବେ ଏହି ମ୍ୟାଚରେ ବିଜୟର ମୁଖ୍ୟ ସୁତ୍ରଧର ରହିଛନ୍ତି ରିଦ୍ଧିମାନ ସାହା । ୫୭ ବଲରୁ ଗୋଟିଏ ଛକା ଏବଂ ୫ଟି ଚୌକା ସହ ୬୭ ରନର ଦମଦାର ପାଳି ଖେଳି ଗୁଜୁରାଟ ପାଇଁ ବିଜୟର କାହାଣୀ ଲେଖିଛନ୍ତି ।

ଅନ୍ୟ ପକ୍ଷରେ ଚେନ୍ନାଇ ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟଇଛନ୍ତି ଜଣେ ଡେବ୍ୟୁଟାଣ୍ଟ । ଲିଟିଲ ମାଲିଭ୍ଗା ଭାବେ ପରିଚିତ ମଥୀରା ପଥୀରାନା ୨ଟି ୱିକେଟ ସହ ଟି-୨୦ରେ ଗ୍ରାଣ୍ଡ ଏଣ୍ଟ୍ରି ମାରିଛନ୍ତି । ତେବେ ତାଙ୍କ ବ୍ୟତୀତ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଗୋଟିଏ ସଫଳତା ମିଳିଛି । କିନ୍ତୁ ଅନ୍ୟ ସମସ୍ତ ବୋଲର ଆଜିର ମ୍ୟାଚରେ ୱିକେଟ ଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.