fbpx

ଆଇପିଏଲ୍-୧୫: ଗୁଜରାଟ ଟାଇଟନ୍ସ ପାଇଁ ଖେଳିବେ ଗୁରବାଜ, ଜାସୋନ ଓହରିଲା ପରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ନୂତନ ଭାବେ ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜ ସହିତ ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ ଜାସୋନ ରୟ ୨ କୋଟି ଟଙ୍କାରେ ଅନୁବନ୍ଧିତ ହୋଇ ଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଗଲେ । ତେଣୁ ତାଙ୍କ ସ୍ଥାନରେ ଆଫଗାନିସ୍ତାନ ଦଳର ହାର୍ଡ ହିଟିଂ ଓପନିଂ ବ୍ୟାଟର ରାହମାମୁଲ୍ଲା ଗୁରବାଜ ଖେଳିବେ ବୋଲି ସୂଚନା ମିଳିଛି । କାରଣ ସେ ଜଣେ ଦକ୍ଷ ୱିକେଟ କିପର ବ୍ୟାଟ୍ସମ୍ୟାନ । ବ୍ୟାଟିଂରେ ତାଙ୍କର ଷ୍ଟ୍ରାଇକ ରେଟ ହେଉଛି ୧୫୦ ପ୍ଳସ୍‌ । ଅନ୍ୟ ପକ୍ଷରେ ୨୦ ବର୍ଷୀୟ ଗୁରବାଜ ନିଜର ୬୯ ଟି-୨୦ କ୍ୟାରିୟର ମ୍ୟାଚରେ ୧୧୩ ଛକା ମାରିଛନ୍ତି । ତେବେ ଆଫଗାନିସ୍ତାନ ପାଇଁ ସେ କେବଳ ୯ ଦିନିକିଆ ଓ ୧୨ ଟି-୨୦ ମ୍ୟାଚ ଖେଳିଛନ୍ତି

Get real time updates directly on you device, subscribe now.