କାମ ଦେଲାନି ସୁପର ଜିଆଣ୍ଟସର ସୁପର ପାୱାର: ଲକ୍ଷ୍ନୌକୁ ହରାଇ ପ୍ଲେଅଫରେ ପହଞ୍ଚିଲା ଗୁଜୁରାଟ

ମୁମ୍ବାଇ: ଚଳିତ IPL ସିଜନର ପ୍ରଥମ ଦଳ ଭାବରେ ପ୍ଲେଅଫ ଟିକେଟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୨ ରନରେ ହରାଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛନ୍ତି ହାର୍ଦ୍ଦିକ । ଖେଳ ଆରମ୍ଭରୁ ଗୁଜୁରାଟ ଚାପ ପକାଇ ଶେଷରେ ମ୍ୟାଚକୁ ନିଜ ମୁଠିରେ କରି ନେଇଛି । ଏହି ୨ ପଏଣ୍ଟ ସହିତ ସିଜନର ପ୍ରଥମ ଦଳ ଭାବେ ପ୍ଲେଅଫରେ ପହଞ୍ଚିଛି ଗୁଜୁରାଟ ଟାଇଟନ୍ସ ।

୧୪୫ ରନର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ରାହୁଲ ଏବଂ ଡି କ୍ ଏହିମ୍ୟାଚରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଡି କକ୍ ୧୧ ରନ କରି ୟଶ ଦୟାଲଙ୍କ ଶିକାର ହୋଇଥିବା ବେଳେ ରାହୁଲ ମାତ୍ର ୮ ରନ କରି ସାମୀଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ଦୀପକ ହୁଡ୍ଡା ପାରି ସମ୍ଭାଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଅନ୍ୟ ପଟେ ଦଳ ଉପରେ ଭାରୀ ପଡିଥିଲେ ଗୁଜୁରାଟର ବୋଲର । ମାତ୍ର ୩ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି । ତେବେ ଦଳ ପକ୍ଷରୁ ସର୍ବାଧିକ ୨୭ ରନ ସଂଗ୍ରହ କରିଛନ୍ତି ଦୀପକ ହୁଡ୍ଡା । ଲକ୍ଷ୍ନୌର ଖେଳାଳିମାନଙ୍କ ଉପରେ ସବୁଠୁ ଅଧିକ ଭାରୀ ପଡିଥିଲେ ଭୁଜୁରାଟର ଉପଅଧିନାୟକ ରାଶିଦ ଖାନ । ୩.୫ ଓଭରରେ ୨୪ ରନ ଦେଇ ୪ଟି ୱିକେଟ ଅକ୍ତିଆର କରି ନେଇଛନ୍ତି । ଫଳରେ ମାତ୍ର ୮୨ ରନରେ ହିଁ ଅଟକି ଯାଇଛି ସୁପର ଜିଆଣ୍ଟସ । ତେଣୁ ଏହି ମ୍ୟାଚକୁ ୬୨ରନର ବଡ ବ୍ୟଧାନରେ ହାତେଇଛି ଗୁଜୁରାଟ । ଏହା ସହିତ ପ୍ଲେଅଫରେ ମଧ୍ୟ ସିଜନର ପ୍ରଥମ ଦଳ ଭାବରେ ପ୍ରବେଶ କରିଛି ।

IPL 2022, MI vs GT | Twitter reacts to Rashid Khan's comedy of errors on  the field against Mumbai Indians

ଗୁଜୁରାଟ ପକ୍ଷରୁ ରାଶିଦ ଖାନ ୪ଟି ୱିକେଟ ନେଇ ଲକ୍ଷ୍ନୌର ଅଣ୍ଟା ଭାଙ୍ଗି ଦେଇଛନ୍ତି । ତାଙ୍କ ବ୍ୟତୀତ ସାଇ କିଶୋର ମଧ୍ୟ ଖୁବ ସୁନ୍ଦର ବୋଲିଂ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି । ୨ ଓଭରରେ ମାତ୍ର ୭ ରନ ଦେଇ ୨ଟି ସଫଳତା ନିଜ ନାମରେ କରି ନେଇଛନ୍ତି ସାଇ କିଶୋର । ୟଶ ଦୟାଲ ମଧ୍ୟ ଏହି ମ୍ୟାଚରେ ୨ଓଭରରେ ଦୁଇଟି ଶିକାର କରିଥିବା ବେଳେ ଗୋଟିଏ ୱିକେଟ ନେଇଛନ୍ତି ମହମ୍ମଦ ସାମୀ ।