ମୁମ୍ବାଇ: ଦିଲ୍ଲୀ-ଗୁଜୁରାଟ ହାଇ ଡ୍ରାମା ମ୍ୟାଚରେ ଶେଷରେ ବିଜୟଲାଭ କରିଛି ଗୁଜୁରାଟ ଟାଇଟନ୍ସ । ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଶୁଭମନ ଗିଲଭ୍କ ଚମତ୍କାର ଅର୍ଦ୍ଧଶତକ ଏବଂ ଲକି ଫର୍ଗୁସନଙ୍କ ଦମଦାର ବୋଲିଂ ଆଗରେ ମୁଣ୍ଡ ନୁଆଁଇଛି ପନ୍ତ ପଲଟନ । ଦିଲ୍ଳୀକୁ ୧୪ ରନରେ ପରାସ୍ତ କରି ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଗୁଜୁରାଟ ଟାଇଟନ୍ସ ।
୧୭୨ ରନର ପିଛା କରି ମଇଦାନକୁ ବ୍ୟାଟିଂ ପାଇଁ ଆସିଥିଲେ ଦୁଇ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ ଏବଂ ଟି ଶେଫର୍ଟ । କିନ୍ତୁ ଇନିଂସର ଦ୍ୱିତୀୟ ଓଭରରେ ହିଁ ଦିଲ୍ଲୀକୁ ଶକ୍ତ ଝଟକା ଦେଇଥିଲେ ଗୁଜୁରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା । ନିଜ କୋଟାର ପ୍ରଥମ ଓଭରରେ ଟିମ ଶେଫର୍ଟଙ୍କୁ ଶିକାର କରି ମାତ୍ର ୩ ରନରରେପାଭିଲିୟନର ରାସ୍ତା ଦେଖାଇଥିଲେ ହାର୍ଦ୍ଦିକ । ଏହାପରେ ପୃଥ୍ୱୀ ଶ’ ଏବଂ ମନଦୀପ ସିଂହ ମଧ୍ୟ ସଅଳ ଆଉଟ ହୋଇଯାଇଥିଲେ । କିନ୍ତୁ ଅଧିନାୟକଋଷଭ ପନ୍ତ ଏବଂ ଲଳିତ ଯାଦବ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ୨୫ ରନ କରି ରନ ଆଉଟ ହୋଇ ଫେରିଥିଲେ ଲଳିତ । ତେବେ କେବଳ ୨୯ ବଲରେ ୭ ଚୌକା ସହ ୪୩ ରନ କରି ଦଳକୁ ବିଜୟୀ କରାଇବା ପାଇଁ ଏକାକୀ ଲଢିଛନ୍ତି ଅଧିନାୟକ ପନ୍ତ । ଇନିଂସରେ ଦିଲ୍ଳୀ ୯ଟି ୱିକେଟ ହରାଇଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ଅଧିକାଂଶ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ଯାହା ଫଳରେ ଏହି ପରାଜୟର ସାମନା କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଗୁଜୁରାଟ ପକ୍ଷରୁ ଓପନର ଶୁଭମନ ଗିଲ ୮୪ ରନର ଦ୍ରୁତ ପାଳି ଖେଳିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ କରିଛନ୍ତି । ତେବେ ବୋଲିଂରେ ଲକି ଫର୍ଗୁସନ ୨୮ ରନ ବ୍ୟୟ କରି ୪ ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଶାମୀ ୨ଜଣଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରାଶିଦ ଖାନ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ଶେଷରେ