Breaking: ବନ୍ଧୁକ କାରଖାନା, ଧରାପଡିଲା ମାଷ୍ଟରମାଇଣ୍ଡ, ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାରେ ଥିଲା ମୁଖ୍ୟ ଅଭିଯୁକ୍ତ
କଟକ ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା। ମାଷ୍ଟରମାଇଣ୍ଡ ଚଗଲା ଖୁଣ୍ଟିଆକୁ ଗିରଫ କଲା STF।
କଟକ: ବହୁ ଚର୍ଚ୍ଚିତ କଟକ ବନ୍ଧୁକ କାରାଖାନା ଠାବ ଘଟଣା। ଗତ ୧୩ ତାରିଖରେ କଟକ ବୟାଳିଶ ମୌଜାରେ ବନ୍ଧୁକ କାରଖାନା ଠାବ ହୋଇଥିଲା। ହେଲେ ମାଷ୍ଟରମାଇଣ୍ଡକୁ ଧରି ପାରି ନଥିଲା STF। ହେଲେ ଆଜି ସକାଳୁ ସକାଳୁ ବନ୍ଧୁକ କାରଖାନାର ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି।
ଟକ ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାରେ ମାଷ୍ଟରମାଇଣ୍ଡ ଚଗଲା ଖୁଣ୍ଟିଆକୁ ଗିରଫ କଲା STF। କଟକ ଶଙ୍କରପୁର ଅଞ୍ଚଳରୁ ଧରା ପଡିଲା କୁଖ୍ୟାତ ଅପରାଧୀ ଚଗଲା। ଯିଏକି ପୂର୍ବରୁ ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାରେ ଥିଲା ମୁଖ୍ୟ ଅଭିଯୁକ୍ତ।
କେବଳ ସେତିକି ନୁହେଁ ଜେଲରେ ଅଭିଯୁକ୍ତ ମାନଙ୍କ ସହ ମିଶି ଚଳାଇଥିଲା ରାକେଟ୍। ହେଲେ ଏବେ ତାର ସବୁ ଖେଳ ଶେଷ ହୋଇସାରିଛି ଏବେ ପୋଲିସ ହାତରେ ଧରା ପଡି ଗିରଫ ହୋଇଛି। ପୂର୍ବରୁ ଗତ ୧୩ ତାରିଖରେ କଟକ ବୟାଳିଶ ମୌଜାରେ ଚଢ଼ାଉ କରିଥିଲା STF।
ରେଡ୍ ସହ ୪ ଜଣଙ୍କୁ ଗୁରଫ କରିଥିଲା STF। ହେଲେ ମାଷ୍ଟରମାଇଣ୍ଡକୁ ଧରିପାରିନଥିଲା। ହେଲେ ଏବେ ମାଷ୍ଟରମାଇଣ୍ଡ ସମେତ ୫ ଜଣଙ୍କୁ ଗିରଫ କରିଛି STF।