fbpx

ରାଜଧାନୀ ଉପକଣ୍ଠରେ ଗୁଳିକାଣ୍ଡ: ବାପ- ପୁଅକୁ ଗୁଳିମାଡ କଲେ ଦୁର୍ବୃତ୍ତ, ପୁଅ ଛାତିରେ ବାଜିଲା ୨ ରାଉଣ୍ଡ ବୁଲେଟ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜଧାନୀରେ ଦିନକୁ ଦିନ ଅପରାଧର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା, ହତ୍ୟା ଉଦ୍ୟମ, ଲୁଟ୍‌, ରାହାଜାନୀ, ଚୋରି ଓ ଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ଘଟିବାରେ ଲାଗିଛି । ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ରବିବାର ରାତିରେ ରାଜଧାନୀର ଯାଆଁଳା ବଜାରରେ କେତେକ ଦୁର୍ବୃତ୍ତ ବାପ- ପୁଅଙ୍କୁ ଗୁଳିମାଡ଼ କରିଛନ୍ତି । ଏଥିରେ ଉଭୟ ଆହତ ହୋଇଛନ୍ତି । ପୁଅ ଦେହରେ ୨ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ କରିବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ  ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Get real time updates directly on you device, subscribe now.