fbpx

କ୍ଷୀର ଓ ପାଣି ଠାରୁ ଅଧିକ ବିକ୍ରୀ ହୋଇଛି ମଦ, ଗୋଟିଏ ମାସରେ ୩୦୦କୋଟିର ମଦ ପିଇଗଲେ ଏହି ସହରର ଲୋକ

Advertisement

ଗୁରୁଗ୍ରାମ: ଦେଶର ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମରେ କ୍ଷୀର ଓ ପାଣି ଠାରୁ ଅଧିକ ମଦ ବିକ୍ରୀ ହୋଇଥାଏ । ଦେଶର ଅନ୍ୟତମ ସାଇବର ସିଟି ବୋଲାଉଥିବା ଗୁରୁଗ୍ରାମରୁ ଏପରି ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଅବକାରୀ ବିଭାଗର ଏକ ତଥ୍ୟ ଏହି ଘଟଣା ସାମ୍ନାକୁ ଆଣିଛି । ଗତ ୬ ମାସ ମଧ୍ୟରେ କେବଳ ଗୁରୁଗ୍ରାମରେ ୧୮୪୨କୋଟି ଟଙ୍କାର ମଦ ବିକ୍ରୀ ହୋଇଛି ।

ଗୁରୁଗ୍ରାମ ହରିୟାଣାର ଔଦ୍ୟୋଗିକ ରାଜଧାନୀ ଭାବରେ ପରିଚିତ । ନଭଶ୍ଚୁମ୍ବୀ କୋଠା ଓ କାର୍ ଭର୍ତ୍ତି ସଡକ ଏହି ସହରର ପରିଚୟ ବହନ କରିଥାଏ । କିନ୍ତୁ ଏହି ସହରର ଆଉ ଏକ ସତ ବି ଲୁଚି ରହିଛି । ଏଠାରେ ମଦର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି । ମାତ୍ର ଗୋଟିଏ ମାସରେ ଏହି ସହରର ଲୋକେ ୩୦୦କୋଟି ଟଙ୍କାର ମଦ ପିଇ ଯାଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଗତ ୬ ମାସର ତଥ୍ୟ ସାମ୍ନାକୁ ଆସିବା ପରେ ଏହା ଜଣାପଡିଛି ।

ଅବକାରୀ ଓ ଟିକସ ବିଭାଗ ଡେପୁଟି କମିଶନର ଅମିତ ଭାଟିଆ କହିଛନ୍ତି ଗୁରୁଗ୍ରାମ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ୪ ଜୋନ୍ କରାଯାଇଛି ଯେଉଁଥିରେ ପୂର୍ବ ଓ ପଶ୍ଚିମ ଜୋନ୍‌ରେ ସବୁଠାରୁ ଅଧିକ ମଦ ବିକ୍ରୀ ହେଉଛି । ବର୍ଷ ୨୦୨୨-୨୩ ତୁଳନାରେ ବର୍ଷ ୨୦୨୩-୨୪ରେ ୨୦% ଅଧିକ ମଦ ବିକ୍ରୀ ହୋଇଛି । ଏହାକୁ ନେଇ ଅବକାରୀ ବିଭାଗ ଆକଳନ କରିଛନ୍ତି କି ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ଘଟିବ ।
ଏହି ତଥ୍ୟ ତୁଳନାରେ ଗୁରୁଗ୍ରାମରେ କ୍ଷୀର ଓ ପାଣି ବିକ୍ରୀରୁ ଏତିକି ଅର୍ଥ ଆଦାୟ ହୋଇପାରିନାହିଁ । ଏଥିରୁ ଏହା ସ୍ପଷ୍ଟ ହେଉଛି କି ମଦ ବିକ୍ରୀରୁ ହରିୟାଣା ସରକାରଙ୍କୁ ସର୍ବାଧିକ ରାଜସ୍ୱ ମିଳୁଛି ।

Get real time updates directly on you device, subscribe now.