fbpx

ଜେଲରୁ ବାହାରିଲା ଗୁରମୀତ ରାମ ରହିମ, ମହିଳାଙ୍କୁ ଦୁଷ୍କର୍ମ ଅପରାଧରେ ଭୋଗୁଛି ୨୦ ବର୍ଷ କାରାଦଣ୍ଡ

ଚଣ୍ଡିଗଡ ୨୧ ।୦୫: ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କୁ ମାଙ୍କୁ ଭେଟିବା ପାଇଁ ପାରୋଲ ମିଳିଛି । ଶୁକ୍ରବାର ଜେଲର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି ।

ଅଧିକାରୀ ଏହା ଜଣାଇବାକୁ ମନା କରି ଦେଇଛନ୍ତି ଯେ, ରାମ ରହିମଙ୍କୁ କେତେ ଦିନ ଜେଲରୁ ପାରୋଲରେ ଛୁଟି ମିଳିଛି । ଏହି ବିଷୟରେ ସନ୍ଧ୍ୟାରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଅଧିକାରୀ କହିଛନ୍ତି । ଜେଲରୁ କଏଦୀଙ୍କୁ ପାରୋଲ ପାଇବାର ଅଧିକାର ରହିଛି । ରାମ ରହିମଙ୍କୁ ପ୍ରଶାସନ ଓ ପୋଲିସ ସହ ବିଚାର ବିମର୍ଶ ପରେ ପାରୋଲ ପ୍ରଦାନ କରାଯାଇଛି । ଗତ ବର୍ଷ ମଧ୍ୟ ଗୋଟିଏ ଦିନ ପାଇଁ ରାମ ରହିମଙ୍କୁ ପାରୋଲ ମିଳିଥିଲା ।

ସୂଚନାଯୋଗ୍ୟ, ରାମ ରହିମ ଚାରି ଦିନିଆ ପାରୋଲ ପାଇଁ ଜେଲ୍ କର୍ତୃପକ୍ଷଙ୍କଠାରେ ଦାବି କରିଥିଲା । କିଛି ଦିନ ପୂର୍ବେ ଖବର ଆସିଥିଲା ଯେ, ଜେଲରେ ରାମ ରହିମଙ୍କୁ ନିଃଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ହେଉଛି । ଏହା ପରେ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା । କିନ୍ତୁ ରାମ ରହିମ କରୋନା ଯାଂଚ କରିବ ନାହିଁ ବୋଲି ମନା କରି ଦେଇଥିଲା ।

Get real time updates directly on you device, subscribe now.