fbpx

୧୨ ବର୍ଷ ପରେ ମଙ୍ଗଳରେ ପ୍ରବେଶ କରିବେ ବୃହସ୍ପତି; ଏହି ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ଅନେକ ଶୁଭ ଫଳ ମିଳିଥିବା ବେଳେ କିଛି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟା ଦେଇ ଗତି କରନ୍ତି । ତେବେ ଶାସ୍ତ୍ର ଅନୁସାରେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ଏବଂ ସ୍ଥିତି ପରିବର୍ତ୍ତନ କରିଥିବା ବେଳେ ଚଳିତ ବର୍ଷ ଦେବଗୁରୁ ବୃହସ୍ପତି ମଧ୍ୟ ତାଙ୍କ ରାଶି ଏବଂ ସ୍ଥିତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ବୃହସ୍ପତି ୧୨ ବର୍ଷ ପରେ ମୀନ ରାଶିରୁ ବାହାରି ବେଶ ରାଶି ଅର୍ଥାତ୍ ମଙ୍ଗଳ ଗ୍ରହରେ ପ୍ରବେଶ କରିବେ । ଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । ଖାସ୍ କରି ୩ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଉନ୍ନତି କରିବା ସହ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ଗୁରୁ ବୃହସ୍ପତି ଚଳିତ ବର୍ଷ ଏପ୍ରିଲ୍ ୨୨ତାରିଖରେ ମେଷ ରାଶି ହିଁ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାକି ଏହି ରାଶିର ଲଗ୍ନ ଭାଗରେ ହେବାକୁ ଯାଉଛି । ଫଳରେ ଏହା ଆପଣଙ୍କ କର୍ମ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଏଥିସହି ପରିବାର ଏବଂ ଜୀବବନସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଏଥିସହିତ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

କର୍କଟ: ବୃହସ୍ପତିଙ୍କ ରାଶି ପରିବର୍ତ୍ତନନ କର୍କଟ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ତେବେ ବୃହସ୍ପତି ଏହି ରାଶିର କର୍ମ ଭାବରେ ପ୍ରବେଶ କରିବେ । ଫଳରେ ଏହା କର୍କଟ ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫତା ପାଇବା ସହ ଆର୍ଥିକ ଲାଭ ହେବାର ମଧ୍ୟ ଯୋଗ ରହୁଛି । ସେହିପରି ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ସେମାନଙ୍କ ଜୀବନରେ ଅନେକ ସଫତା ହାସଲ କରିବେ ।

ମୀନ: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତମାନ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ହଠାତ୍ ଧନ ପ୍ରାପ୍ତି ହେବା ସହ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଏତତ୍ ବ୍ୟତୀତ କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ମଧ୍ୟ ମିଳିବାର ଯୋଗ ରହିଛି ।

Get real time updates directly on you device, subscribe now.