fbpx

ସାବଧାନ୍! ମାତ୍ର ୩ ସେକେଣ୍ଟରେ କପି ହୋଇପାରେ ଆପଣଙ୍କ ସ୍ୱର, ବନ୍ଧୁମାନଙ୍କୁ ଦେଇପାରେ ଧୋକା : ଜାଣନ୍ତୁ କିପରି

ଚେହେରା ପରି ଆପଣ ସ୍ୱର ମଧ୍ୟ ଆପଣଙ୍କୁ ଚିହ୍ନିବାର ଏକ ଭରସାଯୋଗ୍ୟ ଉପାୟ ମଧ୍ୟରୁ ଗୋଟିଏ । କିନ୍ତୁ ଯଦି ଏହା ସହଜରେ କପିହୋଇପାରେ, ତେବେ କ’ଣ କରିବେ ଆପଣ । ଉଦ୍ୱେଗଜନକ ବିଷୟ ହେଉଛି କି, ଏହା ପ୍ରକୃତରେ ହୋଇପାରେ ଏବଂ କାହାର ସ୍ୱରକୁ ମାତ୍ର ୩ ସେକେଣ୍ଡ ଅଡିଓ କ୍ଲିପ୍ ସହିତ କପି କରାଯାଇପାରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସହିତ ଜଡିତ ଟେକ୍ନୋଲୋଜି ସାହାଯ୍ୟରେ ଏହା ସମ୍ଭବ ହୋଇଛି ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଆଜିକାଲି ଲଗାତାର ଭାବରେ ଚର୍ଚ୍ଚାରେ ରହୁଛି ଓ ଏହା ସହ ଜଡିତ ନୂଆ ପରୀକ୍ଷଣ କରାଯାଉଛି । ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ ଏବେ ଏକ ନୂଆ VALL-E ଟେକ୍ନୋଲୋଜି ବିକଶିତ କରିଛି, ଯାହାର ଅପବ୍ୟବହାରର ଭୟ ସମସ୍ତଙ୍କୁ ଡରାଉଛି । ମାଇକ୍ରୋସଫ୍ଟର ଏହି (AI) ଟେକ୍ନୋଲୋଜି ମାତ୍ର ୩ ସେକେଣ୍ଡରେ ଯେକୌଣସି ସ୍ୱରର ନକଲ କରିପାରିବ, ଯାହା ପରେ ବ୍ୟବହୃତ ହୋଇପାରିବ ।

ବିଶେଷ କଥା ହେଉଛି, VALL-E ଏକ ସ୍ୱରକୁ ନକଲ କରିବା ସହ ସେହି ସ୍ୱରରେ ବିଭିନ୍ନ ଭାବନା ଏବଂ ଟୋନରେ ମଧ୍ୟ କଥା ହୋଇପାରେ । ଏହାର ସାହାଯ୍ୟରେ ଏପରି ଜିନିଷ କୁହାଯାଇପାରେ, ଯାହା ପ୍ରକୃତ ବକ୍ତା କେବେ କହି ନ ଥିଲେ । ଅର୍ଥାତ୍ ଆପଣଙ୍କ ସ୍ୱରରେ ଏହି ଟୁଲ୍ କିଛି ବି କହିପାରେ ଓ ଆପଣଙ୍କ ବନ୍ଧୁମାନଙ୍କୁ ପ୍ରତାରଣା କରିପାରେ । ବିଦ୍ୟମାନ ଅନ୍ୟ AI ମଡେଲ ତୁଳନାରେ ଏହା ଏକ ବଡ ଅପଗ୍ରେଡ୍ ।

କୌଣସି ସ୍ୱରକୁ ନକଲ କରିବା ପାଇଁ AI ଟୁଲ୍ VALL-Eକୁ କେବଳ ୩ ସେକେଣ୍ଟର ଅଡିଓ କ୍ଲିପ୍ ଆବଶ୍ୟକ । ଏହି ଉପକରଣଟିକୁ ପ୍ରାୟ ୬୦,୦୦୦ ଘଣ୍ଟା ଇଂରାଜୀ ବକ୍ତବ୍ୟ ତଥ୍ୟ ସାହାଯ୍ୟରେ ଟ୍ରେନିଂ ଦିଆଯାଇଛି ଓ ସହଜରେ ଅଡିଓ ବିଷୟବସ୍ତୁ ସୃଷ୍ଟି କରିପାରିବ । କମ୍ପାନୀର ଚେଷ୍ଟା ରହିଛି କି, ଏହି ଟେକ୍ନୋଲୋଜିର ବ୍ୟବହାର ସଠିକ୍ ସ୍ଥାନରେ ୟୁଜର୍ସଙ୍କୁ ଫାଇଦା ପହଞ୍ଚାଇବାକୁ କରାଯାଉ ଓ ଭୁଲ ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ ।

Get real time updates directly on you device, subscribe now.