fbpx

ଗୁରୁ କେଳୁଚରଣ ପୁରସ୍କାର ଘୋଷିତ, ଭର୍ଚୁଆଲ ଉତ୍ସବରେ ପୁରସ୍କୃତ କରିବେ ରାଜ୍ୟପାଳ

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ଆଜି ଗୁରୁ କେଳୁଚରଣ ପୁରସ୍କାର ଘୋଷଣା କରାଯାଇଛି । ରାଜଗୋପାଳ ମିଶ୍ର ଏକବର୍ଷର ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପାଇବେ । ଜୀବନବ୍ୟାପୀ ସାଧନା ପାଇଁ ସିନେମାଟୋଗ୍ରାଫର ରାଜଗୋପାଳଙ୍କୁ ସମ୍ମାନ ମିଳିବ । ସେହିପରି ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ ସ୍ୱାଇଁ ଜିକେଏମ ଯୁବ ପ୍ରତିଭା ସମ୍ମାନ ପାଇବେ । ଓଡ଼ିଶା ସଂଗୀତ ପାଇଁ ହିମାଂଶୁ ସ୍ୱାଇଁ ଯୁବ ପ୍ରତିଭା ସମ୍ମାନ ପାଇବେ । ରାଜଗୋପାଳଙ୍କୁ ଲକ୍ଷେ ଓ ହିମାଂଶୁ ଓ ପ୍ରଭାତଙ୍କୁ ୨୫-୨୫ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ପୁରସ୍କୃତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେପ୍ଟେମ୍ବର ୫ରୁ ୯ ତାରିଖ ଯାଏଁ ଜିକେଏମ ପୁରସ୍କାର ପ୍ରଦାନ ଉତ୍ସବ ହେବ ।

Get real time updates directly on you device, subscribe now.