fbpx

ଜ୍ଞାନବ୍ୟାପୀ ପରିସରରେ ପୂଜା ଆରମ୍ଭ, ୩୧ ବର୍ଷ ପରେ ଚାଲିଛି ଭଗବାନଙ୍କ ଆରାଧନା

Advertisement

ନୂଆଦିଲ୍ଲୀ: ୩୧ ବର୍ଷ ପରେ ବାରାଣାସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ କମ୍ପେ୍ଲକ୍ସରେ ପୂଜାପାଠ ହୋଇଛି । ଗୁରୁବାର (ଫେବୃଆରୀ ୨)) ସକାଳେ ଲୋକମାନେ ପୂଜାପାଠ ପାଇଁ ଜ୍ଞାନବ୍ୟାପୀର ବ୍ୟାସ ପରିସରରେ ପହଞ୍ଚିଥିଲେ । ବୁଧବାର (ଜାନୁୟାରୀ ୩୧) ରେ ବାରାଣାସୀ ଜିଲ୍ଲା କୋର୍ଟରୁ ହିନ୍ଦୁ ଦଳ ଏକ ବଡ ଆରାମ ପାଇଥିଲା ଯେତେବେଳେ କୋର୍ଟ ପକ୍ଷରୁ ପରିସରରେ ଥିବା ବେସମେଣ୍ଟରେ ହିନ୍ଦୁମାନଙ୍କୁ ପୂଜା କରିବାର ଅଧିକାର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ କୋର୍ଟ ଜିଲ୍ଲା ପ୍ରଶାସନକୁ ୭ ଦିନ ଭିତରେ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ବେସମେଣ୍ଟ ମସଜିଦ୍ ତଳେ ରହିଛି । ଏଣିକି ଏଠାରେ ଦୈନନ୍ଦିନ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ତରଫରୁ ପୁଜା କରାଯିବ । ୩୦ ବର୍ଷ ଭିତରେ ନ୍ୟାୟ ମିଳିଥିବାରୁ ଏହା ବଡ ବିଜୟ ବୋଲି କହିଛନ୍ତି ହିନ୍ଦୁ ପକ୍ଷ । ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ଏଠାରେ ପୁଜାର୍ଚ୍ଚନା କରାଯାଉଥିଲା ।

ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିା ନିର୍ଦ୍ଦେଶରେ ଜ୍ଞାନବ୍ୟାପୀ ପରିସରରରେ ସର୍ଭେ କରିଥିଲା। ଏହି ସମୟ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲା ସଫା ହେବା ପରେ ୨୦୨୪ ଜାନୁୟାରୀ ୧୭ ତାରିଖରେ ବାରଣାସୀ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରି କୋର୍ଟ ନିର୍ଦ୍ଦେଶକ୍ରମେ ଏହାକୁ ନିଜ ଅଧିନକୁ ନେଇଥିଲା। ବର୍ତ୍ତମାନ ୭ ଦିନ ମଧ୍ୟରେ ସମସ୍ତ ବାଧାବିଘ୍ନ ହଟାଇବା ଏବଂ ବ୍ୟାସ ପରିବାରକୁ ନିୟମିତ ପୂଜାପାଠ କରିବାକୁ ଅଧିକାର ଦେବା ପଇଁ ବାରଣାସୀ ଜିଲ୍ଲା ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

କାଶୀ ବିଶ୍ୱନାଥ ଟ୍ରଷ୍ଟ କରିବ ପୂଜାପାଠ
ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷର ଦ୍ୱିତୀୟ ଆଇନଜୀବୀ ମଦନ ମୋହନ ଯାଦବ କହିଛନ୍ତି ଯେ ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟ ବ୍ୟାସ ପରିବାରର ସଦସ୍ୟ ଶୈଳେନ୍ଦ୍ର ପାଠକଙ୍କୁ ଜ୍ଞାନବ୍ୟାପୀ ତଳ ମହଲାରେ ପୂଜା କରିବାର ଅଧିକାର ଦେଇଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ପୂଜାପାଠ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ। ପୂଜାପାଠ କାର୍ଯ୍ୟ କାଶୀ ବିଶ୍ୱନାଥ ଟ୍ରଷ୍ଟ ଦ୍ୱାରା କରାଯିବ। ଜ୍ଞାନବ୍ୟାପୀ ସାମ୍ନାରେ ବସିଥିବା ନନ୍ଦୀ ମହାରାଜଙ୍କ ସାମ୍ନାରେ ଏକ ରାସ୍ତା ଖୋଲାଯିବ। ଜ୍ଞାନବ୍ୟାପୀ ପରିସରରେ ଅବସ୍ଥିତ ବ୍ୟାସ ପରିବାର ତଳ ମହଲାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ କୋର୍ଟ ଅନୁମତି ଦେଇଥିବା କହିଛନ୍ତି ଆଇନଜୀବୀ ମଦନ ମୋହନ ଯାଦବ।

Get real time updates directly on you device, subscribe now.