fbpx

କରୋନାକୁ ବି ପଛରେ ପକାଇ ଦେଇଛି ଭାଇରସ୍ H3N2, ୯୫ ପ୍ରତିଶତ ରୋଗୀଙ୍କ ଟେଷ୍ଟ ଆସିଛି ପଜିଟିଭ୍

ମୁମ୍ବାଇ: କରୋନା ମହାମାରୀ ଏବେ ବିଶ୍ୱରୁ ସଂପୂର୍ଣ୍ଣ ଭାବରେ ନିଃଶେଷ ହୋଇନାହିଁ । ଏବେ ବି ବିଶ୍ୱର ବହୁ ଦେଶରେ କରୋନାର ଭିନ୍ନ ଭିନ୍ନ ଭେରିଆଣ୍ଟ ନଜର ଆସୁଛି । କିନ୍ତୁ କରୋନା ଭାଇରସ୍ ପରି ମହାମାରୀ ପରେ ଏବେ ମୌସୁମୀ ଜନିତ ରୋଗ ବିଶେଷକରି ଇନଫ୍ଲୁଏଞ୍ଜା ଓ ଏହାର ଅଲଗା ଅଲଗା ଭେରିଆଣ୍ଟରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ବର୍ଷାଦିନେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ମାମଲା ବହୁତ ବଢିଯାଇଛି ।

ଏହି ଇନଫ୍ଲୁଏଞ୍ଜା ଏଚ୩ଏନ୨ ଏବେ ସ୍ୱାଇନ ଫ୍ଲୁ(ଏଚ୧ଏନ୧) ଓ ସାର୍ସ –କୋଭିଡ ୨କୁ ବି ପଛରେ ପକାଇ ଦେଇଛି । କେବଳ ମହାରାଷ୍ଟ୍ରରେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଟେଷ୍ଟ ଲାଗି ନିଆଯାଇଥିବା ନମୁନାରେ ୯୫ ପ୍ରତିଶତ କେସ୍ ପଜିଟିଭ୍ ଆସିଛି ଯାହା ବହୁତ ଚିନ୍ତାର ବିଷୟ ପାଲଟିଛି । ଏକ ରିପୋର୍ଟରୁ ଜଣାଯାଇଛି ଶନିବାର ସୁଦ୍ଧା ମହାରାଷ୍ଟ୍ରର ସରକାରୀ ହସ୍ପିଟାଲରେ ଫ୍ଲୁର ପ୍ରାୟ ୧୦୦ ରୋଗୀ ଭର୍ତ୍ତି ହୋଇଥିଲେ ।

ଯଦିଓ ଏହି ରୋଗରେ ମୃତ୍ୟୁ ସଂଖ୍ୟା ଏବେ ଅସାଧାରଣ ରୂପରେ ଅଧିକ ନୁହେଁ ତଥାପି ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିିଛି । ମହାରାଷ୍ଟ୍ରର ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟ ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ଲ୍ୟାବରେ ଇନଫ୍ଲୁଏଞ୍ଜାର ୧୫୪୦ ମାମଲା ସାମ୍ନାକୁ ଆସିଥିବା ବେଳେ ଏମାନଙ୍କ ମଧ୍ୟରେ ୯୦୦ ମାମଲା ଏଚ୩ଏନ୨ ସମ୍ବନ୍ଧିତ । ଡାକ୍ତର କହିଛନ୍ତି ଯଦିଓ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଅନ୍ୟ ଭାଇରସ୍ ଠାରୁ ଭୟଙ୍କର ତଥାପି ଏହା ଅଧିକ ମାତ୍ରାରେ ବ୍ୟାପିବାରେ ସମର୍ଥ ହୋଇପାରିନାହିଁ । ବ୍ୟାପକ ଟୀକାକରଣ ଏହି ରୋଗ ବିରୁଦ୍ଧରେ ଲଢିବାର ଏକମାତ୍ର ଅସ୍ତ୍ର ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.