fbpx

ଘରେ ଥିବା ଡିଭାଇସ୍ ହ୍ୟାକ କରି କେହି ଆପଣଙ୍କ କଥା ଶୁଣୁନାହିଁ ତ ? ଯଦି ହଁ ତେବେ ଏଥିରୁ କିପରି ରକ୍ଷାପାଇବେ ଜାଣନ୍ତୁ

Advertisement

ନୂଆଦିଲ୍ଲୀ:ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲମୀ ଉପରେ ଭାରତୀୟଙ୍କ ଉପରେ ଜାସୁସ୍(ଗୁପ୍ତ ଦୃଷ୍ଟି) କରୁଥିବା ନେଇ ଅଭିଯୋଗ ଲାଗିଛି । ଏହାପରେ ରିଅଲମୀ କମ୍ପାନୀ ସରକାରଙ୍କ ଟାର୍ଗେଟ୍ ରେ ଆସିଯାଇଛି । ଜଣେ ୟୁଜର୍ସ ଦାବୀ କରିଛନ୍ତି କମ୍ପାନୀ ଏନହାନ୍ସଡ୍ ଇଣ୍ଟେଲିଜେଣ୍ଟ ସର୍ଭିସେସ୍ ଲାଗୁ କରିଛି ଯାହା ୟୁଜରର କଲ୍ ଲଗସ୍, ଏସଏମଏସ୍ ଓ ଲୋକେସନ୍ ପରି ସମ୍ବେଦନଶୀଳ ତଥ୍ୟ ଟ୍ରାକ୍ କରୁଛି । ଏହାପରେ ସରକାର ଯାଞ୍ଚ ଆଦେଶ ଦେଇଛନ୍ତି ।
ରିଅଲମୀ ଉପରେ ଲାଗିଥିବା ଅଭିଯୋଗ ପରେ ଏବେ ଏହି ପ୍ରଶ୍ନ ଉଠୁଛି ଯେ ଘରେ ଥିବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବି ଜାସୁସୀ କରୁନାହିଁ ତ ? ଆଜିର ଯୁଗରେ ପ୍ରାୟ ସମସ୍ତଙ୍କ ଘରେ ସ୍ମାର୍ଟଫୋନ୍, ସିସିଟିଭି କ୍ୟାମେରା ଓ ଅନ୍ୟ ଡିଭାଇସ୍ ସର୍ବଦା ୱାଇଫାଇ ଇଣ୍ଟରନେଟ୍ ସହ ସଂଯୋଗ ହୋଇ ରହୁଛି । ଏପରି ସ୍ଥିତିରେ ଏହିସବୁ ଡିଭାଇସ୍ କୁ ହ୍ୟାକ୍ କରି କେହି ଆପଣଙ୍କ କଥା ଶୁଣୁ ନାହିଁ ତ? ଯଦି ଏହା ସତ ତେବେ ଏହା ବହୁତ ଚିନ୍ତାର ବିଷୟ । ଏପରି ସ୍ଥିତିରେ ଆପଣ କିପରି ଏ ପ୍ରକାର ଜାସୁସୀରୁ ନିଜକୁ ରକ୍ଷା କରିବେ ତାହାର ଉପାୟ ବିଷୟରେ ଆସନ୍ତୁ ଜାଣିବା ।
କିପରି ଡିଭାଇସ୍ ହୋଇଥାଏ ହ୍ୟାକ୍:
ଡିଭାଇସ୍ ମାଧ୍ୟମରେ ଜାସୁସୀ କରିବା ଲାଗି କୌଣସି ବଡ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ଆପଣଙ୍କ ଡିଭାଇସ୍ ରେ କେବଳ ଜାସୁସୀ ସଫ୍ଟୱେୟାର ଅପଲୋଡ୍ କରିବାକୁ ପଡିବ । ଏହାପରେ ସାଇବର ଅପରାଧି ଆପଣଙ୍କ ଡିଭାଇସ୍ ଭିତରକୁ ପଶି ଡାଟା ଚୋରାଇ ନେଇଥାଏ । ଏହା ସହିତ ମାଇକ୍ରୋଫୋନ୍ ଓ କ୍ୟାମେରା ସାହାଯ୍ୟରେ ଆପଣଙ୍କ କଥାବାର୍ତ୍ତା ଓ କାର୍ଯ୍ୟକଳାପକୁ ରେକର୍ଡ କରିପାରେ ।
ସ୍ପାମ୍ ମେଲ୍ ରୁ ଡିଭାଇସ୍ ହ୍ୟାକ୍:
ସାଇବର ଅପରାଧି ବହୁ ସମୟରେ ସ୍ପାମ୍ ମେଲ୍ରେ ଜାସୁସୀ ସଫ୍ଟୱେୟାର ଆଟାଚ୍ କରି ଆପଣଙ୍କୁ ପଠାଇଥାଏ ଓ ଯେତେବେଳେ ଆପଣ ସ୍ପାମ୍ ମେଲ୍ ଓପନ୍ କରିଥାନ୍ତି ସେତେବେଳେ ଜାସୁସୀ ସଫ୍ଟ୍ୱେୟାର ଆପଣଙ୍କ ଲାପଟପ୍ କିମ୍ବା ସ୍ମାର୍ଟଫୋନ୍ ରେ ଇନଷ୍ଟଲ ହୋଇଯାଏ ଓ ଜାସୁସୀ କରିବା ଆରମ୍ଭ କରିଦିଏ । ଏଣୁ ଆପଣ କେବେ ବି ସ୍ପାମ୍ ମେଲ୍ ଓପନ୍ କରନ୍ତୁ ନାହିଁ ।
ପବ୍ଲିକ୍ ୱାଇଫାଇରୁ ଡିଭାଇସ୍ ହ୍ୟାକ୍:
ପବ୍ଲିକ୍ ୱାଇଫାଇ ଜରିଆରେ ଆପଣଙ୍କ ଡିଭାଇସ୍ ହ୍ୟାକ୍ କରାଯାଇପାରେ । ଏହି ପ୍ରକ୍ରିୟା ସାମାନ୍ୟ ଜଟିଳ ହୋଇଥାଏ । କିନ୍ତୁ ଅସମ୍ଭବ ନୁହେଁ । ଏଥିରେ ଆପଣ ଯେତେବେଳେ ଡିଭାଇସକୁ ଇଣ୍ଟରନେଟ୍ ପାଇଁ ପବ୍ଲିକ୍ ୱାଇଫାଇ ସହିତ ସଂଯୋଗ କରିଥାନ୍ତି ସେତେବେଳେ ସାଇବର ଅପରାଧି ଲୋକାଲ୍ ନେଟୱାର୍କ ଜରିଆରେ ଆପଣଙ୍କ ଡିଭାଇସ୍ରେ ଜାସୁସୀ ସଫ୍ଟୱେୟାର ଇନଷ୍ଟଲ କରି ଦେଇଥାନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଇଥାନ୍ତି ।
ଏଥିରୁ ରକ୍ଷା ପାଇବା ଲାଗି ଆପଣ କୌଣସି ଡିଭାଇସ୍ ବ୍ୟବହାର କରିବା ପୂର୍ବରୁ ସେଥିରେ ଆଣ୍ଟି ଭାଇରସ୍ ଇନଷ୍ଟଲ କରନ୍ତୁ । ଏହା ସହିତ କେବେ ପବ୍ଲିକ୍ ୱାଇଫାଇ ବ୍ୟବହାର କରନ୍ତୁ ନାହିଁ । ରେଲୱେ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ପବ୍ଲିକ୍ ଚାର୍ଜିଂ ପଏଣ୍ଟର ବ୍ୟବହାର କରନ୍ତୁ ନାହିଁ । ଏହାସହିତ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଆପଣଙ୍କ ଡିଭାଇସ୍ ଡାଟାକୁ ବ୍ରେକ୍ ଦେଇ ଏହାର ଫର୍ମାଟ୍ କରନ୍ତୁ ।

Get real time updates directly on you device, subscribe now.