fbpx

IPL-2023ରୁ ବାଦ୍ ପଡିଲେ କି ଫାଷ୍ଟ ବୋଲର ଜୋଫ୍ରା? ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଲେ ନୂଆ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଆହତ ହୋଇଛନ୍ତି । ତେଣୁ ଗତ କିଛିଟା ମ୍ୟାଚରୁ ସେ ବାଦ୍ ପଡିଛନ୍ତି । ଜୋଫ୍ରାଙ୍କ ଆହତ ଉପରେ ଅଧିକ ଅପଡେଟ ମିଳି ନଥିବା ବେଳେ ବର୍ତ୍ତମାନ ଆଉ ଜଣେ ଖେଳାଳିଙ୍କର ଏଣ୍ଟ୍ରି ହୋଇଛି । ତେବେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆହତ ଯୋଗୁଁ ଆର୍ଚର ଆଇପିଏଲ-୨୦୨୩ରୁ ବାଦ୍ ପଡିଥିବା ଆଶଙ୍କା କରାଯାଉଛି ।

ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ସଂଘର୍ଷ କରୁଥିବା ବେଳେ ଆର୍ଚରଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହା ଭିତରେ ଇଂଲଣ୍ଡର ଫାଷ୍ଟ ବୋଲର କ୍ରିସ ଜୋର୍ଡାନ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ୨୦୨୩ ଅକ୍ସନରେ ଜୋର୍ଡାନଙ୍କୁ କୌଣସି ଫ୍ରାଞ୍ଚାଇଜି ନିଜ ଦଳରେ ସାମିଲ କରି ନଥିଲେ । ତେବେ ବର୍ତ୍ତମାନମୁମ୍ବାଇ ତାଙ୍କୁ ଦଳରେ ଏକ ସୁଯୋଗ ଦେଇଛି । ତେବେ ସେ ଜଣେ ରିପ୍ଲେସମେଣ୍ଟ ଖେଳାଳି ଭାବେ ମୁମ୍ବାଇ ଦଳ ସହ ଯୋଡି ହୋଇଛନ୍ତି । କିନ୍ତୁ ସେ କେଉଁ ଖେଳାଳିଙ୍କ ବିକଳ୍ପ ଭାବରେ ଦଳରେ ଯୋଗ ଦେଇଛନ୍ତି, ସେ ନେଇ କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଷ୍ଟାର ବୋଲର ଜୋଫ୍ରା ଆର୍ଚରଙ୍କ ଆହତ ସମସ୍ୟା ଯୋଗୁଁ ସେ ତାଙ୍କ ବିକଳ୍ପ ଭାବରେ ଦଳରେ ଯୋଗ ଦେଇଥିବା ଆଲୋଚନା ହେଉଛି ।

Chris Jordan: Mumbai Indians SIGN England pacer Chris Jordan for remainder of IPL 2023 - Follow IPL 2023 Live Updates

କହୁଣୀରେ ଆଘାତ ଲାଗିବା ପରେ ସେ ବେଲଜିୟମ ଯାଇଥିଲେ । ସେଠାରେ ଏଳବୋ ସ୍ପେଶାଲିଷ୍ଟଙ୍କ ସହିତ ଏହି ଆଘାତ ସମସ୍ୟାକୁ ନେଇ ଆଲୋଚନା କରି ଫେରିଥିବା ଜଣାପଡିଛି । ତେବେ ଦୀର୍ଗ ଦିନର ଆହତ ସମସ୍ୟା ଯୋଗୁଁ ଗତବର୍ଷ ଆଇପିଏଲରୁ ମଧ୍ୟ ବାଦ୍ ପଡିଥିଲେ ଆର୍ଚର । କିନ୍ତୁ ଚଳିତବର୍ଷ ୨ଟି ମ୍ୟାଚ ଖେଳିଥିବା ବେଳେ ପରେ ଆହତ ହୋଇ ଲଗାତାର ଡଗ୍ ଆଉଟରେ ରହିଛନ୍ତି ।

Get real time updates directly on you device, subscribe now.