fbpx

ଆକ୍ସନ, କ୍ରାଇମ୍ ଓ ଡ୍ରାମାରେ ଭରପୁର ‘ହଡ୍ଡୀ’ ର ଟ୍ରେଲର ରିଲିଜ୍, ଟ୍ରାନ୍ସଜେଣ୍ଡର ଭୂମିକାରେ ନବାଜୁଦ୍ଦିନ ସିଦିକ୍

ମୁମ୍ବାଇ: ନବାଜୁଦ୍ଦିନ ସିଦିକ୍ ତାଙ୍କର ଆଗାମୀ ଫିଲ୍ମ ‘ହଡ୍ଡୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ଅଭିନେତା ଜଣେ ଟ୍ରାନ୍ସଜେଣ୍ଡର ଭୂମିିକାରେ ନଜର ଆସିବେ । ଅକ୍ଷତ ଅଜୟ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ୩୦୦ ଟ୍ରାନ୍ସକେଣ୍ଡରଙ୍କୁ ନିଆଯାଇଛି । ତେବେ ଏହାରି ମଧ୍ୟରେ ଆଜି ଏହି ବହୁ ପ୍ରତିକ୍ଷୀତ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଏଥିରେ ନବାଜୁଦ୍ଦିନ ସିଦିକ ଓ ଅନୁରାଗ କଶ୍ୟପ ଦମଦାର ଭୂମିକାରେ ନଜର ଆସୁଛନ୍ତି । ଆକ୍ସନ, କ୍ରାଇମ୍ ଓ ଡ୍ରାମାରେ ଭରପୁର ଏହି ଫିଲ୍ମର ଟ୍ରେଲର ବହୁତ ଉତ୍ସାହପ୍ରଦ ରହିଛି । ଫିଲ୍ମଟି ସେପ୍ଟେମ୍ବର ୭ରେ ସିନେମାଘରେ ରିଲିଜ୍ ହେବ ।

ଫିଲ୍ମଟି ଏନସିଆର, ଗୁରଗାଓଁ ଓ ନୋଏଡାର ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ । ଏଥିରେ ନବାଜୁଦ୍ଦିନ ସିଦିକଙ୍କ ଚରିତ୍ରରେ ଟ୍ରାନ୍ସଜେଣ୍ଡର ଜୀବନର ଚିତ୍ର ପ୍ରତିଫଳିତ ହୋଇଛି ଯିଏ ଏକ ଦଳରେ ସାମିଲ ହେବା ଲାଗି ପ୍ରୟାଗରାଜରୁ ଦିଲ୍ଲୀ ଆସୁଛନ୍ତି । ପରବର୍ତ୍ତୀ ସମୟରେ ସେ ପ୍ରତିଶୋଧ ନେବା ଲାଗି ଏକ ଅପରାଧିକ ଗତିବିଧିରେ ନିଜକୁ ସାମିଲ କରୁଛନ୍ତି । ତାଙ୍କ ସହିତ ଶକ୍ତିଶାଳୀ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନୁରାଗ କଶ୍ୟପ ବହୁତ ଅନ୍ୟାୟ କରିଥିଲେ, ଯାହାର ପ୍ରତିଶୋଧ ସେ ନେଇଛନ୍ତି । ଅକ୍ଷତ ଅଜୟ ଶର୍ମା ଓ ଅଦମ୍ୟା ଭାଲ୍ଲାଙ୍କ ଏହି ଫିଲ୍ମ ହଡ୍ଡୀ ଏକ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଯାହା ସହରରେ ସକ୍ରିୟ ଅପରାଧୀ ଗ୍ୟାଙ୍ଗର ଖୁଲାସା କରୁଛି ।
ଏହି ଫିଲ୍ମରେ ଇଲା ଅରୁଣ, ମୋହମ୍ମଦ ଯୀଶାନ ଆୟୁବ, ସୌରଭ ସଚ୍ଚଦେବା, ଶ୍ରୀଧର ଦୁବେଙ୍କ ପରି କଳାକାରମାନେ ପ୍ରମୁଖ ଭୂମିକାରେ ରହିଛନ୍ତି ।

Get real time updates directly on you device, subscribe now.