fbpx
BSKY SKY
BSKY SKY

ଆହୁରି ୩ ଦିନ ଥରାଇବ ଅସହ୍ୟ ଜାଡ଼, ଶୀତ ଲହର ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

BSKY

ଭୁବନେଶ୍ୱର (ଭାସ୍କର ନ୍ୟୁଜ):  ରାଜ୍ୟରେ ଆଗକୁ ଆହୁରି ଶୀତ ବଢ଼ିବ ।  ଅସହ୍ୟ ଶୀତପ୍ରବାହ ଜନଜୀବନକୁ କଲବଲ କରିବ। ଆଗାମୀ ଦୁଇ-ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣପାଗ କେନ୍ଦ୍ର ସତର୍କ କରାଇଛି । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି ।

ସେହିପରି ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର । ୨୩ ତାରିଖ ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୪ ତାରିଖ ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ଗୁଡ଼ିକ ମୁଖ୍ୟତ ଶୁଖିଲା ରହିବ । କିନ୍ତୁ ଶୀତର ପ୍ରକୋପ ଜାରି ରହିବ । ବିଶେଷକରି ଆଗାମୀ ତିନି ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୋମବାର ରାତିରେ ଦାରିଙ୍ଗବାଡ଼ିକୁ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ଏଠାରେ ସୋମବାର ରାତିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି ।

ସୂଚନା ମୁତାବିକ,  ଓଡ଼ିଶାର ୧୯ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସବୁଠାରୁ କମ ତାପମାତ୍ରା ୩.୫ ଡିଗ୍ରି ସେଲସିଅସ୍‌ ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ କଟକରେ ୧୦.୧ ଓ ଭୁବନେଶ୍ୱରରେ ୧୦.୦ ଡିଗ୍ରି ସେଲସିଅସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଉଛି ବାଲେଶ୍ୱର ୯.୮, ଚାନ୍ଦବାଲି ୯.୨, ଅନୁଗୁଳ ୮.୬, ବାରି ଦା ୮,୫, ଝାରସୁଗୁଡ଼ା ୬.୪, ଦାରିଙ୍ଗବାଡ଼ି ୩.୫, କୋରାପୁଟ ୮.୫ , ସୁନ୍ଦରଗଡ଼ ୬.୫, ଫୁଲବାଣୀ ୪.୦, ଟିଟଲାଗଡ଼ ୬.୮, ଭବାନୀପାଟଣା ୬.୦, ସୋନପୁର ୮.୫, ବଲାଙ୍ଗୀର ୭.୮ ଡିଗ୍ରି, ନୟାଗଡ଼ ୯.୦, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ବୌଦ୍ଧ ୭.୦, ହୀରାକୁଦ ୮,୬ ଓ ତାଳଚେର ୯.୦ ଡିଗ୍ରି ସେଲସିଅସ୍‌ ରହିଛି।

Get real time updates directly on you device, subscribe now.