fbpx

ସୀମା ଟପିଲା ବର୍ବରତା: ହାଇତି ରାଷ୍ଟ୍ରପତିଙ୍କୁ ଘରେ ପଶି ହତ୍ୟା

ନୂଆଦିଲ୍ଲୀ: ହାଇତି ରାଷ୍ଟ୍ରପତିଙ୍କୁ ଘରେ ପଶି ହତ୍ୟା କରିଛନ୍ତି କିଛି ଅଜଣା ଆତତାୟୀ । ମଙ୍ଗଳବାର ହାଇତି ରାଷ୍ଟ୍ରପତି ଜୋଭେନିଲ ମୋଇସଙ୍କୁ କିଛି ଅଜଣା ଆତତାୟୀ ତାଙ୍କ ଘରେ ପଶି ହତ୍ୟା କରିଛନ୍ତି । ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରେ ପଶି କିଛି ଅଜଣା ଆତତାୟୀ ଆକ୍ରମଣ କରିଥିବା ନେଇ ବୁଧବାର କହିଛନ୍ତି ଅନ୍ତରୀଣ ପ୍ରଧାନମନ୍ତ୍ରୀ ।

ଉଙ୍ଗଳବାରର ଆକ୍ରମଣରେ ଜୋଭେନିଲଙ୍କ ପରଲୋକ ହୋଇଥିବା ବେଳେ ତାଙ୍କ ପତ୍ନୀ ମାର୍ଟିନ୍ ମୋଇସେଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମାର୍ଟିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ତରୀଣ ପ୍ରଧାନମନ୍ତ୍ରୀ କ୍ଲାଉଡେ ଯୋଶେଫ୍ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । କାରିବିୟାନ ରାଷ୍ଟ୍ର ହାଇତିରେ ରାଜନୈତିକ ଓ ଅର୍ଥନୈତିକ ସଙ୍କଟକୁ ନେଇ ହତ୍ୟା କରାଯାଇଛି । ଏଭଳି କାଣ୍ଡକୁ ନାରକୀୟ ଭାବରେ ଅଭିହିତ କରିବା ନ୍ୟାସନାଲ ପୋଲିସ ଓ ଅନ୍ୟାନ୍ୟ ସଂସ୍ଥା ଏହାର ତଦନ୍ତ କରୁଛନ୍ତି ବୋଲି ଯୋଶେଫ୍ କହିଛନ୍ତି ।

Get real time updates directly on you device, subscribe now.