ରେଢ଼ାଖୋଲ: ବ୍ରିଜରେ ଝୁଲି ରହିଛି ବାଲି ବୋଝେଇ ହାଇୱା । ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର ।
ରେଢ଼ାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଗାଁ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା ।
ନିୟନ୍ତ୍ରଣା ହରାଇ ବ୍ରିଜ ଉପରେ ଝୁଲି ରହିଛି ହାଇୱା । ଘଟଣାର ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହୀନୀ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।
କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରିଥିବାବେଳେ ବିପଦପୂର୍ଣ୍ଣ ସ୍ଥିତିରେ ହାଇୱା ଭିତରେ ଡ୍ରାଇଭର ଜଣଙ୍କ ଫସି ରହିଥିବା ଜଣାପଡ଼ିଛି ।