fbpx

ଚିନ୍ତା ବଢ଼ାଇଲା ଗ୍ଲୋବାଲ ହେଲଥ୍ ରିପୋର୍ଟ; ଅଧାରୁ ଅଧିକ ଭାରତୀୟ ଫିଜିକାଲ ଅନ୍‌ଫିଟ୍‌

Advertisement

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଗ୍ଲୋବାଲ ହେଲଥ୍ ରିପୋର୍ଟ। ନିକଟରେ ଲାନସେଟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧାରୁ ଅଧିକ ଭାରତୀୟ ଫିଜିକାଲ ଅନ୍‌ଫିଟ୍‌ ଅଛନ୍ତି। ଭାରତୀୟଙ୍କ ଫିଜିକାଲ ଅନ୍‌ଫିଟ୍‌କୁ ନେଇ ଚିନ୍ତା ପ୍ରକଟ କରିଛି ଲାନସେଟ୍ ଅଧ୍ୟୟନ। ଏହା ରିପୋର୍ଟରୁ ଜଣା ପଡ଼ିଛି ଯେ ଖୁବ୍‌ଶୀଘ୍ର ଭାରତୀୟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ଶାରୀରିକ କାର୍ଯ୍ୟକଳାପ ଯେପରିକି ବ୍ୟାୟାମ ଓ ଅନ୍ୟାନ୍ୟ କାର୍ଯ୍ୟ ଅଭାବରୁ ବିଭିନ୍ନ ସମସ୍ୟାର ଶିକାର ହେବେ।

ଗ୍ଲୋବାଲ ହେଲ୍ଥରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ ଭାରତର ଅଧାରୁ ଅଧିକ ଜନସଂଖ୍ୟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକାକୁ ପୂରଣ କରିବାରେ ସକ୍ଷମ ନୁହଁନ୍ତି। ଏହି ରିପୋର୍ଟରେ କିନ୍ତୁ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ରହିଛି ଆହୁରି ଖରାପ ଖବର। ଲାନ୍ସେଟ୍ ଷ୍ଟଡିରେ କୁହାଯାଇଛି ଯେ ଭାରତରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଶାରୀରିକ ଭାବେ ଅଧିକ ଅନ୍‌ଫିଟ୍‌। ପୁରୁଷଙ୍କ ମଧ୍ୟରେ ଅନ୍‌ଫିଟ୍‌ ୪୨ ପ୍ରତିଶତ ଥିବା ବେଳେ ମହିଳାଙ୍କ ୫୭ ପ୍ରତିଶତ ରହିଛି।

ଏହାର ସ୍ପଷ୍ଟ ଅର୍ଥ ହେଉଛି ଭାରତୀୟ ମହିଳାମାନେ ଅଧିକ ମାତ୍ରାରେ ଫିଜିକାଲ ଅନ୍‌ଫିଟ୍‌ ଅଛନ୍ତି। ଏହି ଅଧ୍ୟୟନରେ କୁହାଯାଇଛି ଯେ ଦେଶରେ ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପ ୨୦୨୦ ରେ ୨୨.୩ ପ୍ରତିଶତ ଥିବାବେଳେ ୨୦୨୨ରେ ଏହା ୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଏକ ସ୍ପଷ୍ଟ ସଙ୍କେତ ଯେ ୨୦୩୦ ସୁଦ୍ଧା ଭାରତର ପ୍ରାୟ ୬୦ ପ୍ରତିଶତ ଜନସଂଖ୍ୟା ଫିଜିକାଲ ଅନ୍‌ଫିଟ୍‌ ହେବେ ଏବଂ ଫିଜିକାଲ ଫିଟ୍‌ ନ ହେବା ଦ୍ୱାରା ହେଉଥିବା ବିଭିନ୍ନ ରୋଗର ଶିକାର ହେବେ।

Get real time updates directly on you device, subscribe now.