fbpx

ପ୍ରତିଶୋଧ ନେଲା ଇସ୍ରାଏଲ: ତେହରାନରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟାଙ୍କୁ ହତ୍ୟା!

ନୂଆଦିଲ୍ଲୀ: ଅକ୍ଟୋବର ୭ର ପ୍ରତିଶୋଧ ପୂରଣ କରିଛି । ଇସ୍ରାଏଲ । ଇରାନ ରାଜଧାନୀ ତେହରାନରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିବା ନେଇ ଇରାନର ଟିଭି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି । ଏହାଫଳରେ ଦୀର୍ଘ ୯ ମାସ ଧରି ଚାଲିଆସିଥିବା ଯୁଦ୍ଧରେ ଇସ୍ରାଏଲକୁ ଏକ ବଡ଼ ସଫଳତା ମିଳିଛି । ଇରାନରେ ହମାସ ମୁଖ୍ୟଙ୍କୁ ଇସ୍ରାଏଲ ହସ୍ୟା କରିଥିବା କୁହାଯାଉଛି । ଇରାନର ରାଜଧାନୀ ତେହରାନରେ ଇସ୍ମାଇଲ ହାନିୟା ରହିଥିବା ଘରକୁ ଇସ୍ରାଏଲ ଉଡ଼ାଇ ଦେଇଥିବା ଦାବି କରାଯାଇଛି । ଫଳରେ ହମାସ ମଖ୍ୟ ଇସ୍ମାଇଲ ହାନିୟାର ମୃତ୍ୟୁ ଘଟିଥିବା କୁହାଯାଇଛି ।

ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ହାନିୟାର ଆଡ୍ଡା ସ୍ଥଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା । ଫଳରେ ହମାସ ମୁଖ୍ୟଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ହାନିୟାଙ୍କର ଜଣେ ବଡି ଗାର୍ଡଙ୍କର ମଧ୍ୟ ମୃତ୍ୟୁ ଘଟିଥିବା କୁହାଯାଇଛି । ଆଜି ସକାଳ ସମୟରେ ଏହି ଆକ୍ରମଣ କରାଯାଇôଥବା କୁହାଯାଇଛି । ଆକ୍ରମଣରେ ମୃତ୍ୟୁବରଣ କରିବା ପୂର୍ବରୁ ଇସ୍ମାଇଲ ଇରାନର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହର ସମାରୋହରେ ସାମିଲ ହୋଇଥିଲେ । ସେହି ସମୟରେ ହାନିୟା ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଈଙ୍କ ସହ ସାକ୍ଷାତ କରିଥିଲେ । ଗତ ଏପ୍ରିଲ ମାସରେ ଇସ୍ରାଏଲର ସୁର ବଳ ପକ୍ଷରୁ ହାନିୟାଙ୍କ ୩ ପୁତ୍ରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ସେହି ଆକ୍ରମଣରେ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ହମାସ ୨୫୦ ଜଣ ନାଗରିକଙ୍କୁ ବନ୍ଦୀ କରିନେଇଥିଲା । ଏବେ ବି ୧୫୦ ବନ୍ଦୀ ହମାସ କବଜାରେ ରହିଥିବା ଦାବି କରାଯାଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୩୯ ହଜାରରୁ ଅଧିକ ଫିଲିସ୍ତିନୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି ।

Get real time updates directly on you device, subscribe now.