ହୃଦଘାତରେ ଚାଲିଗଲା ହାନ ଜୋଙ୍ଗ-ହିଙ୍କ ପ୍ରାଣ, ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଥିଲେ co-CEO
ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ସହ-ସିଇଓ ହାନ ଜୋଙ୍ଗ-ହିଙ୍କ ପରଲୋକ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହାନ ଜୋଙ୍ଗ-ହିଙ୍କର ମଙ୍ଗଳବାର ଦିନ ପରଲୋକ ଘଟିଛି । ହୃତଘାତରେ ତାଙ୍କର ପରଲୋକ ଘଟିଛି ବୋଲି ସୂଚନା ମିଳିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସାମସଙ୍ଗର ଜଣେ ପ୍ରବକ୍ତା କହିଛନ୍ତି ଯେ, ହାନଙ୍କ ପରଲୋକ ସେହି ସମୟରେ ହୋଇଛି, ଯେତେବେଳେ ତାଙ୍କୁ କାର୍ଡିଆକ୍ ଆରେଷ୍ଟର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କମ୍ପାନୀ ଏପର୍ଯ୍ୟନ୍ତ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିନାହିଁ । ହାନ ସାମସଙ୍ଗରେ ତିନି ଦଶନ୍ଧି ଧରି କାମ କରିଛନ୍ତି ।
ସେ ନିଜର କ୍ୟାରିୟର ଡିସପ୍ଲେ ଡିଭିଜନରୁ ଆରମ୍ଭ କରିଥିଲେ । ତାଙ୍କୁ ତିନି ବର୍ଷ ତଳେ କୋ-ସିଇଓ ଭାବେ କମ୍ପାନୀ ନିଯୁକ୍ତ କରିଥିଲା ।