fbpx

ଭୁବନେଶ୍ୱରରେ ପୁଣି ଛାତ୍ରୀ ଆତ୍ମହତ୍ୟା: କଲେଜ ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ଆଜି ଚନ୍ଦକା ଅଞ୍ଚଳରେ ଏହି ଘଟଣାର ଏକ ପୁନରାବୃତ୍ତି ଦେଖିବାକୁ ମିଳିଛି । ପୁଣି ଜଣେ କଲେଜ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ଅର୍ଚ୍ଚନା ଦାସ ନାମକ ଜଣେ +୩ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଶବ ଉଦ୍ଧାର କରିଛି ପୋଲିସ । କଲେଜ ହଷ୍ଟେଲ ପରିସରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଭୁବନେଶ୍ୱେର ଚନ୍ଦକା ଥାନା ଅଧୀନସ୍ଥ ଗୋଠପାଟଣା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି । ସ୍ଥାନୀୟ ଏକ କଲେଜରେ +୩ ବିଜ୍ଞାନ ପଢୁଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଅର୍ଚ୍ଚନା ଦାସ କଲେଜ ହଷ୍ଟେଲ ପରିସରରେ ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ନେଇଛନ୍ତି । ସୋମବାର ରାତିରେ ବେକରେ ଶାଢି ଲଗାଇ ଝୁଲି ପଡିଛନ୍ତି ଅର୍ଚ୍ଚନା । ତେବେ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାସହିତ ଆତ୍ମହତ୍ୟାର କାରଣ ଖୋଜିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ସାଇଣ୍ଟିଫିକ ଟିମ୍ ।

ଗତ କିଛି ମାସରୁ ରାଜଧାନୀରେ ଅନେକ ଛାତ୍ରୀ ତଥା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ବିଭିନ୍ନ କଲେଜର ଛାତ୍ରୀ ନାନା କାରଣ ଯୋଗୁଁ ବେକରେ ଓଢଣୀ, ଶାଢୀ ଇତ୍ୟାଦି ବେକରେ ଗୁଡାଇ ଆତ୍ମହତ୍ୟା କରୁଥିବା ଘଟଣା ବଢିବାରେ ଲାଗିଛି । ବିଜେବି କଲେଜ ଏବଂ ରମାଦେବୀ କଲେଜ ଭଳି ବଡ ବଡ କଲେଜର ଛାତ୍ରୀଙ୍କ ନାଁ ମଧ୍ୟ ଏହି ଘଟଣାରେ ସାମିଲ ରହିଛି ।

Get real time updates directly on you device, subscribe now.