fbpx

ଡକାୟତଙ୍କ ଠାରୁ ମିଳିଲା ହନୁମାନ ପଇସା: ୧୦ ଜଣଙ୍କୁ ଗିରଫ କଲା କେନ୍ଦ୍ରାପଡ଼ା ପୋଲିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡା ପୋଲିସକୁ ବଡ ସଫଳତା । ଡକାୟତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ହନୁମାନ ପଇସା ଜବତ କରାଯାଇଛି । ୨ଟି ପୃଥକ ମାମଲାରେ ୧୦ ଜଣ ଡକାୟତଙ୍କୁ ଗିରଫ କରାଯିବା ସହିତ ୮ ଜଣ ଚୋରା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ନିକଟରୁ ୨ଟି ପିସ୍ତଲ ଜବତ କରାଯାଇଥିବା ବେଳେ ସେମାନଙ୍କ ନାମରେ ୫୦ ଅଧିକ ମାମଲା ରହିଥିବା କୁହାଯାଇଛି । ବନ୍ଧୁକ ସହିତ ଗୁଳି, ୩ଟି ବାଇକ୍ ଏବଂ ଗୋଟିଏ କାର୍ ଜବତ କରାଯାଇଥିବା ଜଣାପଡିଛି । ଏହି ଅପରାଧୀ ମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ନେଇ ପୋଲିସ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.