fbpx
BJD SKY
BJD SKY

ପିଏମ କିଷାନକୁ ନେଇ ବଡ଼ ଖବର! ଏହି କୃଷକଙ୍କୁ ମିଳିବନି ୧୧ତମ କିସ୍ତିର ୨୦୦୦ ଟଙ୍କା , ଜାଣନ୍ତୁ କାରଣ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୧୧ତମ କିସ୍ତି ଟଙ୍କା ଆସିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ପଠାସରିଛି । ଏହି ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କ ଆୟ ବଢ଼ାଇବା ପାଇଁ ସିଧାସଳଖ ତାଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଉଛନ୍ତି । କିନ୍ତୁ ଅନେକ ଥର ଆବେଦନରେ ହୋଇଥିବା ଭୁଲ ଯୋଗୁଁ ଚାଷୀଙ୍କ ଟଙ୍କା ଅଟକିଯାଏ ।

ପିଏମ କିଷାନ ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କୁ କୋଟି କୋଟି ଆବେଦନ ଆସୁଛି । କିନ୍ତୁ ସେଥିରେ ଅନେକ ତ୍ରୁଟି ମଧ୍ୟ ରହୁଛି, ଯେଉଁଥିପାଇଁ ଚାଷୀଙ୍କ କିସ୍ତି ଟଙ୍କା ଅଟକିଯାଉଛି । ଏଥିରେ ବ୍ୟାଙ୍କ ଡିଟେଲ୍ସଠାରୁ ଆରମ୍ଭ କରି ଟାଇପିଂ ପର୍ଯ୍ୟନ୍ତ ତ୍ରୁଟି ରହୁଛି । ବେଳେବେଳେ ନାଁ ଭୁଲ ହୋଇଯାଏ ତ ବେଳେବେଳେ ସବିଶେଷ ତଥ୍ୟ ଆଧାର କାର୍ଡ ସହିତ ମେଳ ଖାଏନାହିଁ ।

ଆସନ୍ତୁ ଜାଣିବା କ’ଣ ଭୁଲ ହୋଇପାରେ:-
– କୃଷକ ଫର୍ମ ପୂରଣ କରିବାବେଳେ ନିଜ ନାମ ଇଂରାଜୀରେ ଲେଖ ।
– ଯେଉଁ ଚାଷୀଙ୍କ ନାମ ଆବେଦନରେ ହିନ୍ଦୀରେ ରହିଛି, ସେମାନେ ଏହାକୁ ଇଂରାଜୀରେ କରିବା ଉଚିତ୍ ।
– ଯଦି ଆବେଦନପତ୍ରରେ ନାମ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆବେଦନକାରୀଙ୍କ ନାମ ଅଲଗା ରହିଛି, ତେବେ ଆପଣଙ୍କ ଟଙ୍କା ଅଟକିପାରେ ।
– ଯଦିଓ ବ୍ୟାଙ୍କର IFSC କୋଡ୍, ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଏବଂ ଗାଁ ନାଁ ଲେଖିବାରେ ତ୍ରୁଟି ଥାଏ, ତେବେ ଆପଣଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ଆସିବ ନାହିଁ ।
– ଆବେଦନକାରୀଙ୍କୁ ତାଙ୍କର ନୂଆ IFSC କୋଡ୍ ଅପଡେଟ୍ କରିବାକୁ ପଡିବ ।

ଏହିପରି ଭୁଲଗୁଡ଼ିକୁ ସଂଶୋଧନ କର :-

୧. ଭୁଲ୍ ସଂଶୋଧନ କରିବାକୁ ପ୍ରଥମେ ଆପଣ ୱେବସାଇଟ୍ pmkisan.gov.inକୁ ଯାଆନ୍ତୁ ।
୨. ବର୍ତ୍ତମାନ ‘କିଷାନ କର୍ଣ୍ଣର’ର ଅପସନ୍ ଚୟନ କରନ୍ତୁ ।
୩. ଏଠାରେ ଆପଣଙ୍କୁ ‘ଆଧାର ଏଡିଟ୍’ର ଅପସନ ଦେଖାଯିବ । ସେଠାରେ ଆପଣ ଆପଣଙ୍କର ଆଧାର ନମ୍ବରରେ ସଂଶୋଧନ କରିପାରିବେ ।
୪. ଯଦି ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଭୁଲ୍ କରିଛନ୍ତି, ତେବେ ଏହାକୁ ସଂଶୋଧନ କରିବା ପାଇଁ ଆପଣଙ୍କୁ କୃଷି ବିଭାଗ କାର୍ଯ୍ୟାଳୟ କିମ୍ବା ଆକାଉଣ୍ଟାଣ୍ଟଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ ।

Get real time updates directly on you device, subscribe now.