fbpx

ପ୍ରଧାନମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା ଅଭିଯାନ’ କିପରି ମହିଳାଙ୍କୁ ଦେଉଛି ରୋଜଗାର? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଚଳିତ ସ୍ୱାଧୀନତା ଦିବସରେ ମଧ୍ୟ ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପତାକା ଉଡାଇବାକୁ ଉତ୍ସାହିତ ଅଛନ୍ତି। ‘ହର ଘର ତ୍ରିରଙ୍ଗା ଅଭିଯାନ’ ଅନୁଯାୟୀ ପ୍ରତି ଅଞ୍ଚଳରେ ପତାକା ବଣ୍ଟନ କରାଯାଉଛି। ହେଲେ ଆପଣ ଜାଣିଛନ୍ତି କି ଏହି ଅଭିଯାନ ସାରା ଦେଶ ପ୍ରତି ସମ୍ମାନ କରିବା ଏବଂ ଏକଜୁଟ କରିବା ସହ ରୋଜଗାର ମଧ୍ୟ ପ୍ରଦାନ କରୁଛି। ଖାସକରି ମହିଳାମାନଙ୍କ ପାଇଁ ଏହି ଅଭିଯାନ ନୂତନ ସୁଯୋଗ ପ୍ରଦାନ କରୁଛି। ସଂସ୍କୃତି ମନ୍ତ୍ରାଳୟର ସଚିବ ଗୋବିନ୍ଦ ମୋହନ ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ସ୍ୱଧୀନତାର ଅମୃତ ମହୋତ୍ସବ ଭାବେ ଆରମ୍ଭ ହୋଇଥିଲା ଅଭିଯାନ: ଗୋବିନ୍ଦ କହିଛନ୍ତି ଯେ, ‘ହର ଘର ତ୍ରିରଙ୍ଗା ଅଭିଯାନ’ର ଆରମ୍ଭ ଅମୃତ ମହୋତ୍ସବ ଭାବେ ୨୦୨୨ରେ ହୋଇଥିଲା। ପିଏମ ମୋଦୀଙ୍କ ପକ୍ଷରୁ ଏକ ଆନ୍ଦୋଳନ ରୂପେ ଏହି ଅଭିଯାନ ଜନତାଙ୍କୁ ସାଙ୍ଗରେ ନେଇ ଏକ ଦେଶବ୍ୟାପୀ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଥିଲେ ଯେ, ସେମାନେ ନିଜ ନିଜ ଘରେ ତ୍ରିରଙ୍ଗା ଲଗାନ୍ତୁ। ପ୍ରାଥମିକ ଉଦ୍ଦେଶ୍ୟ ଦେଶକୁ ଅଗ୍ରଗତି ପଥରେ ଆଗେଇନେବା। ଦୁଇ ବର୍ଷରୁ ଏପର୍ଯ୍ୟନ୍ତ ଏହି ଅଭିଯାନ ସେହିପରି ଜାରି ରହିଛି।

ଏହି ଆନ୍ଦୋଳନ ମହିଳାମାନଙ୍କୁ ଦେଲା ରୋଜଗାର: ଗୋବିନ୍ଦ କହିଛନ୍ତି ଯେ, ଏହି ଅଭିଯାନ ଦେଶଭକ୍ତିକୁ କେବଳ ମଜବୁତ କରିବାରେ ସୀମିତ ନାହିଁ। ଏହି ଅଭିଯାନ ମହିଳାଙ୍କ ପାଇଁ ରୋଜଗାରର ସୁଯୋଗକୁ ପ୍ରସାରିତ କରିଛି। ମହିଳାମାନଙ୍କ ପାଇଁ ଏକ ଉଦ୍ୟେଗ ବିକଶିତ କରିଛି। ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ଜାତୀୟ ପତାକା ଉତ୍ପାଦନକାରୀ ହୋଇପାରିଛନ୍ତି।

ଗୋବିନ୍ଦ କହିଛନ୍ତି ଯେ, ପ୍ରଥମଥର ଯେତେବେଳେ ଅଭିଯାନ ଆରମ୍ଭ ହୋଇଥିଲା ସେତେବେଳେ ତ୍ରିରଙ୍ଗାର ଚାହିଦା ପୂରଣ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କେନ୍ଦ୍ର ସରକାର ବଡ଼ ବିକ୍ରେତାଙ୍କଠାରୁ ୭.୫ କୋଟି ପତାକା କିଣିଥିଲେ ଏବଂ ସାରା ଦେଶରେ ବଣ୍ଟନ କରିଥିଲେ। ଏହି ଅଭିଯାନକୁ ଅଧିକ ସମର୍ଥନ କରିବା ପାଇଁ ପିଏମ ଭାରତୀୟ ଫ୍ଲାଗ କୋଡ ଅଫ ଇଣ୍ଡିଆରେ ସଂଶୋଧନ କରିଥିଲେ ଏବଂ ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଅନ୍ତର୍ଭୁକ୍ତ କରିଥିଲେ। ଏହା ମଧ୍ୟ ସେମାନଙ୍କର ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିଛି।

Get real time updates directly on you device, subscribe now.