fbpx

ବିନ୍ଦି ନ ପିନ୍ଧିବାରୁ ହଇରାଣ କରୁଥିଲେ ପୋଲିସବାବୁ: ଏବେ ନିଜର ଡିପାର୍ଟମେଣ୍ଟ ହାତରେ ହେଲେ ଗିରଫ

ବାଂଲାଦେଶ: ପୁଣି ପୋଲିସବାବୁଙ୍କ ରୋମିଓଗିରି । ମହିଳାଙ୍କ ସହ କରୁଥଇଲେ ଅସଦାଚରଣ, କିନ୍ତୁ ନିଜ ଡିପାର୍ଟମେଣ୍ଟ ହାତରେ ଗିରଫ ହୋଇଛନ୍ତି ପୋଲିସବାବୁ । ଏହି ଘଟଣା ପରେ ଦେଶର ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି । ଅନେକ ସଂଗଠନ ତରଫରୁ ପ୍ରତିବାଦ ସହ ପୋଲିସ କନେଷ୍ଟବଳଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଦାବି ହୋଇଛି ।

ସୂଚନା ଅନୁଯାୟୀ, କନେଷ୍ଟବଳ ନଜମୁଲ ତାରିକଙ୍କ ନାମରେ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ତେଣୁ ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ କର୍ମୀଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଛି ଢାକା ମହାନଗର ପୋଲିସ । ଏଠାକାର ତେଜଗାଓଁ କଲେଜରେ କାର୍ଯ୍ୟରତ ଜଣେ ମହିଳା ପ୍ରଫେସରଙ୍କୁ ଅସଦାଚରଣ କରୁଥିଲେ ପୋଲିସ କନେଷ୍ଟବଳ ନଜମୁଲ । ମହିଳା ପ୍ରଫେସର ଜଣକ ବିନ୍ଦି ପିନ୍ଧି ନଥିବାରୁ ପୋଲିସକର୍ମୀ ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ଉପରେ ବାଇକ ଚଢାଇବା ପାଇଁ ମଧ୍ୟ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସେ ଆହତ ହୋଇଥିବା ପୋଲିସ ଆଗରେ ଜଣାଇଛନ୍ତି । ତେବେ ଘଟଣାରେ ସମ୍ପୃକ୍ତ ରସିକିଆ କନେଷ୍ଟବଳଙ୍କୁ ଗିରଫ କରିଛି ପୋଲିସ ।

ସେପେଟେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସାଂସଦ ସୁବର୍ଣ୍ଣା ମୁସ୍ତଫା । ବାଂଲାଦେଶର କେଉଁ କାନୁନରେ ଜଣେ ମହିଳା ବିନ୍ଦି ଲଗାଇ ପାରିବେ ନାହିଁ ବୋଲି ଲେଖା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ସଂସଦରେ ନିଜ ଅଭିଭାଷଣ ମାଧ୍ୟରେ ପୋଲିସ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁବର୍ଣ୍ଣା ମୁସ୍ତଫା ।

Get real time updates directly on you device, subscribe now.