fbpx

ଗମ୍ଭୀରଙ୍କ ବିପକ୍ଷରେ ହରଭଜନ… ଟିମ ଇଣ୍ଡିଆର କୋଚ୍ ପଦବୀ ନେବେ ପୂର୍ବତନ ଅଫ୍ ସ୍ପିନର?

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳଶେଷ ହେବା ପରେ କିଏ ଦାୟିତ୍ୱ ବହନ କରିବେ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ତେବେ ଷ୍ଟିଫେନ୍ ଫ୍ଲେମିଙ୍ଗ, ଗୌତମ ଗମ୍ଭୀର ଏବଂ ରିକି ପଣ୍ଟିଂଙ୍କ ସହିତ ବତ୍ତମାନ ଆଉ ଜଣେ ଭାରତୀୟ ଖେଳାଳିଙ୍କ ନାଁ ଏଥିରେ ସାମିଲ ହୋଇଛି । ଟିମ ଇଣ୍ଡିଆର ପୂର୍ବତନ ଅଫ୍ ସ୍ପିନର ହରଭଜନ୍ ସିଂହ ଭାରତର କୋଚ୍ ପଦବୀ ପାଇଁ ଇଚ୍ଛୁକ ଥିବା ଜାଣିବାକୁ ମିଳିଛି ।

ଆସନ୍ତା ଟି-୨୦ ବିଶ୍ୱକପ ୨୦୨୪ ପରେ ଅର୍ଥାତ୍ ଜୁନ୍ ୩୦ ତାରିଖ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ବିସିସିଆଇ ଦଳର ନୂଆ କୋଚ୍ ପଦବୀ(୧ ଜୁଲାଇ, ୨୦୨୪-୩୧ ଡିସେମ୍ବର,୨୦୨୭) ପାଇଁ ବିଜ୍ଞପ୍ତି ପ୍ରକାଶ କରିସାରିଛି । ତେବେ ଏହି ପରୀପ୍ରେକ୍ଷୀରେ ହରଭଜନ ମଧ୍ୟ ଭାରତୀୟ ଦଳର କୋଚ୍ ପଦ ପାଇଁ ଇସାରା କରିଛନ୍ତି । ସେ କହିଛନ୍ତି ଯେ, କ୍ରିକେଟ ତାଙ୍କୁ ଅନେକ କିଛି ଭେଟି ଦେଇଛି । ତେଣୁ ଯଦି ଦଳକୁ କିଛି ଜିନିଷ ଫେରାଇବାର ସୁଯୋଗ ମିଳେ, ତେବେ ଏହା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ହେବ ବୋଲି କହିଛନ୍ତି ହରଭଜନ । ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିବେ କି ନାହିଁ, ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ଏହି ତାଲିକାରେ ଗୌତମ ଗମ୍ଭୀରଙ୍କ ସହ ଆଉ ଜଣେ ଦାବିଦାରଙ୍କ ନାଁ ଯୋଡ଼ି ହୋଇଯାଇଛି ।

ତେବେ ଖେଳାଳିମାନଙ୍କୁ ଶିଖାଇବା ଅପେକ୍ଷା ସେମାନଙ୍କୁ ମ୍ୟାନେଜ କରିବା ହେଉଛି କୋଚଙ୍କ ପାଇଁ ବଡ଼ ଦାୟିତ୍ୱ । କାରଣ ଡ୍ରାଇଭ ଏବଂ ପୁଲ୍ ଶଟ୍ କିପରି ଖେଳାଯାଏ, ତାହା ଭାରତୀୟ ଖେଳାଳିଙ୍କୁ ଭଲ ଭାବରେ ଜଣା ବୋଲି ହରଭଜନ କହିଛନ୍ତି । ତେବେ କୋଚ୍ ପାଇଁ ଆବେଦନ କରିଥିବା ସମସ୍ତ ଖେଳାଳିଙ୍କ ତାଲିକାରୁ ଶର୍ଟଲିଷ୍ଟ କରି ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ତେବେ ୬୦ ବର୍ଷରୁ କମ୍ ବୟସର କ୍ରିକେଟର ହିଁ କୋଚ୍ ପାଇଁ ଆବେଦନ କରିପାରିବେ । ଏହାବ୍ୟତୀତ ପ୍ରାର୍ଥୀ ଜଣକ ଅତି କମରେ ୩୦ ଟେଷ୍ଟ କିମ୍ବା ୫୦ ଦିନିକିଆ ମ୍ୟାଚ ଖେଳିଥିବା ଆବଶ୍ୟକ ।

Get real time updates directly on you device, subscribe now.