fbpx

ହରଭଜନ ସିଂହ ହେବେ ଆପ୍ ର ରାଜ୍ୟସଭା ପ୍ରାର୍ଥୀ, ସରକାର ଗଢ଼ିବା ପରେ କେଜ୍ରିୱାଲଙ୍କ ନିଷ୍ପତ୍ତି

କ୍ରିକେଟର ହରଭଜନ ସିଂହଙ୍କୁ ଆମ ଆମଦୀ ପାର୍ଟୀ ନିଜର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ତାଙ୍କୁ ସ୍ପୋର୍ଟ୍ସ ୟୁନିଭର୍ସିଟି ଦାୟିତ୍ୱ ମଧ୍ୟ ଦିଆଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଭଗବନ୍ତ ମାନ୍ ନିଜ କାର୍ଯ୍ୟକାଳ ସମୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନେଇ ଘୋଷଣା କରିଥିଲେ । ଜଳନ୍ଧରରେ ଏକ ସ୍ପୋର୍ଟ୍ସ ୟୁନିଭର୍ସିଟି ତିଆରି ପାଇଁ ମଧ୍ୟ ଦାବି ହୋଇଥିଲା ।

ଚଳିତ ମାସ ଶେଷ ସୁଦ୍ଧା ଆପ୍ କୁ ରାଜ୍ୟସଭାକୁ ୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ଅଛି । ସେଥିମଧ୍ୟରୁ ପ୍ରଥମ ନାମ ହରଭଜନଙ୍କ ଘୋଷଣା କରାଯାଇଛି । ଭଗବନ୍ତ ମାନ୍ ଏବଂ ହରଭଜନ ସିଂହ ଭଲ ବନ୍ଧୁ ଭାବରେ ଜଣାଶୁଣା । ପଞ୍ଜାବରେ ଆପ୍ ର ବିଜୟ ପରେ ହରଭଜନ ଟ୍ୱିଟ୍ କରି ଭଗବନ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପଞ୍ଜାବରେ ଏଥର ଆପ୍ ଐତିହାସିକ ବିଜୟ ହାସଲ କରିଛି । ପ୍ରଥମ ଥର ଆପ୍ ପଞ୍ଜାବରେ ନିଜ ସରକାର ଗଢ଼ିଛି । ଏହା ଛଡ଼ା ଅନେକ ଦିଗ୍ଗଜ ନେତାଙ୍କୁ ପଛରେ ପକାଇଛି । ୧୧୭ ବିଧାନସଭା ଆସନରୁ ୯୨ ଆସନରେ ଜିତିଛି ।

Get real time updates directly on you device, subscribe now.