fbpx

ଜିତିବାକୁ ସଂଘର୍ଷ କରୁଛି ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ଓ ସଞ୍ଜୁଙ୍କ ଉପରେ ଭରସା, ୩୯ ବଲରେ ୫୯ ରନ୍ ଦରକାର

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟି-୨୦ ସିରିଜ୍ । ପ୍ରଥମ ଟି-୨୦ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୬ ୱିକେଟ ହରାଇ ୧୪୯ ରନ ହାସଲ କରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋଭମ୍ୟାନ ପାୱେଲ (୪୮) ଓ ନିକୋଲାସ ପୁରନ (୪୧) ରନ୍ ସଂଗ୍ରହ କରି ଦଳକୁ ସମ୍ଭାଳିଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ଯୁଜବେନ୍ଦ୍ର ଚହଲ ଦୁଇଟି ଲେଖାଏଁ, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ୱିକେଟ ନେଇଥିଲେ । ଦଳ ପ୍ରାରମ୍ଭରୁ ଭଲ ବୋଲିଂ କରିଥିଲେ ହେଁ ପାୱେଲ ଓ ପୁରନଙ୍କ ଶାନଦାର ବ୍ୟାଟିଂ ଫଳରେ ୱେଷ୍ଟଇଣ୍ଡଇଜ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇ ପାରିଥିଲା । ୧୫୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ମାତ୍ର ୫ ରନରେ ଓପନର ଶୁବମନ ଗିଲଙ୍କ ୱିକେଟ ହରାଇଥିଲା । ଏହାରେ ୨୮ ରନରେ ଇଶାନ କିଶାନଙ୍କର ୱିକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା ।

ତେବେ ଏହା ପରେ ସୂର୍ଯ୍ୟକୁମାର ଯାଦବ ୨୧ ଓ ତିଳକ ବର୍ମା ୩୯ ରନ୍ କରି କ୍ରିଚରେ କିଛି ସମୟ ପାଇଁ ସଂଘର୍ଷ କରିଥିଲେ । ଚଳିତ ସିରିଜରେ ଭାରତ ମୋଟ ୫ଟି ଟି-୨୦ ମ୍ୟାଚ ଖେଳିବ । ଆସନ୍ତା ୬ରେ ଦ୍ୱିତୀୟ ମ୍ୟାଚ, ୮ରେ ତୃତୀୟ ମ୍ୟାଚ, ୧୨ରେ ଚତୁର୍ଥ ମ୍ୟାଚ ଓ ୧୩ରେ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହେବ । ଦିନିକିଆ ଓ ଟେଷ୍ଟ ସିରିଜି ଜିତିବା ପରେ ଏବେ ଟି-୨୦ ସିରିଜକୁ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜି ଭାରତ ତା’ର ୨୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛି । ଦ୍ୱିତୀୟ ଟିମ୍ ଭାବେ ଭାରତ ଏହି ରେକର୍ଡ ହାସଲ କରିଛି । ଏହା ପୂର୍ବରୁ କେବଳ ପାକିସ୍ତାନ ୨୨୩ଟି ଟି-୨୦ ମ୍ୟାଚ ଖେଳିଛି ।

Get real time updates directly on you device, subscribe now.