ମାତ୍ର ୧୭ ରନ୍‌.. ଇତିହାସ ରଚିବା ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା, ଟି୨୦ ଏସିଆ କପରେ ପ୍ରଥମ ଥର ହେବ ଏମିତି

ହାର୍ଦ୍ଦିକ ପାଣ୍ଡ୍ୟା ରଚିବେ ଇତିହାସ, ମାତ୍ର ୧୭ ରନରେ କରିବେ ରେକର୍ଡ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଅପେକ୍ଷା ସରିବାକୁ ଯାଉଛି। ୯ ସେପ୍ଟେମ୍ବରରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ। ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ। ଏହା ପୂର୍ବରୁ କେବଳ ୨ ଥର ଏପରି ଦେଖିବାକୁ ମିଳୁଛି।

ଡିଫେଡିଂ ଚାମ୍ପିୟନ ଟିମ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ନିଜ ଅଭିଯାନର ଆରମ୍ଭ କରିବ। ଏହି ସମୟରେ ସମସ୍ତଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଛି। ସେ ଟି୨୦ ଏସିଆ କପରେ ଏକ ଖାସ ରେକର୍ଡ ନିଜ ନାଁରେ କରିପାରନ୍ତି।

ଟି୨୦ ଏସିଆ କପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୮ ମୁକାବିଲା ଖେଳିଛନ୍ତି। ଏହି ସମୟରେ ତାଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା। ସେ ଜଣେ ବୋଲର ଭାବେ ୧୧ଟି ୱିକେଟ୍ ନେଇଛନ୍ତି। ଏଥିସହ ସେ ୮୩ ରନ ମଧ୍ୟ କରିଛନ୍ତି।

ଟି୨୦ ଏସିଆ କପରେ ୧୦୦ ରନ ପୂରା କରିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମାତ୍ର ୧୭ ରନ ଆବଶ୍ୟକ ରହିଛି। ଯଦି ସେ ଏମିତି କରିଦିଅନ୍ତି, ତେବେ ସେ ଟି୨୦ ଏସିଆ କପରେ ୧୦ ପ୍ଲସ୍ ୱିକେଟ ଏବଂ ୧୦୦ରୁ ଅଧିକ ରନ କରିଥିବା ପ୍ରଥମ ଖେଳାଳି ହୋଇଯିବେ। ଏହା ପୂର୍ବରୁ କୌଣସି ମଧ୍ୟ ଖେଳାଳି ଏମିତି କାରନାମା କରି ପାରିନାହାନ୍ତି।

ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ UAE ଟିମ ବିପକ୍ଷରେ ଖେଳିବ। ହାର୍ଦ୍ଦିକ ପାଣ୍ଡ୍ୟା ଏହି ମୁକାବିଲାରେ ଏହି ରେକର୍ଡ ନିଜ ନାଁରେ କରିପାରନ୍ତି। ସେ ଟିମ ଇଣ୍ଡିଆର ସ୍କ୍ୱାର୍ଡରେ ସବୁଠୁ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଏଥିରେ ତାଙ୍କ ଉପରେ ଅଧିକ ଦାୟିତ୍ୱ ରହିପାରେ।