PBKS ଠାରୁ ହାରିବା ପରେ ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା, ବୁମରାହଙ୍କୁ କଲେ ଦାୟୀ!
ମାଚ୍ ହାରିବା ପରେ ଏହି ଖେଳାଳୀଙ୍କୁ ଦାୟୀ କଲେ ପାଣ୍ଡ୍ୟା।
ଗୁଜୁରାଟ: IPL ୨୦୨୫ ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ, ପଞ୍ଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଏହି ପରାଜୟ ସହିତ, ଚଳିତ ସିଜିନରେ ମୁମ୍ବାଇର ଯାତ୍ରା ଶେଷ ହୋଇଛି।
ଏବେ ଫାଇନାଲ ୩ ଜୁନରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଯେଉଁଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଞ୍ଜାବ କିଙ୍ଗସକୁ ଭେଟିବ। ଆଉ ଏହି ସମୟରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସଠାରୁ ହାରିବା ପରେ ବହୁତ ଭାଙ୍ଗି ପଡିଥିବାର ନଜର ଆସିଥିଲେ। ଆଉ ମ୍ୟାଚ୍ ପରେ ଦଳ ହାରିବା ନେଇ ଏପରି କହିଥିଲେ ପାଣ୍ଡ୍ୟା।
ପାଣ୍ଡ୍ୟାଙ୍କ ବୟାନ: ମ୍ୟାଚ୍ ପରେ ପ୍ରେଜେଣ୍ଟେସନ୍ ସେରିମନିରେ ହାର୍ଦ୍ଦିକ ପାଣ୍ଡ୍ୟା କହିଥିଲେ ଯେ ଶ୍ରେୟସ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ଉତ୍ୟନ୍ତ ଉତ୍ତମ ଥିଲା। ସେ ଯେଉଁ ସଟ୍ ଖେଳିଥିଲେ ତାହା ପ୍ରକୃତରେ ଅତ୍ୟନ୍ତ ଉତ୍ତମ ଥିଲା।
ଆଉ ସେ କହିଥିଲେ ଶ୍ରେୟସ ଭଲ ବ୍ୟାଟିଂ କରିଥିଲେ। ହେଲେ MI ଅଧିନାୟକ ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ଟିମ୍ ପାଇଁ ବୋଲିଂ ୟୁନିଟ୍ ଫିକା ପଡିଗଲା। ଏହି ମ୍ୟାଚ୍ ପାଇଁ ଦଳକୁ ଭଲ ବୋଲିଂର ଆବଶ୍ୟକତା ଥିଲା।
ହାର୍ଦ୍ଦିକ ଆହୁରି କହିଛନ୍ତି ଯେ ତାଙ୍କ ଦଳ ଯେପରି ଚାହୁଁଥିଲା ସେପରି ପ୍ରଦର୍ଶନ କରିପାରିଲା ନାହିଁ। ଏଥିପାଇଁ ସେ ୱିକେଟକୁ ଦୋଷ ଦେବେ ନାହିଁ। ଯଦି ତାଙ୍କ ବୋଲରମାନେ ସଠିକ୍ ଲେନ୍ଥରେ ବୋଲିଂ କରିଥାନ୍ତେ କିମ୍ବା ହୁଏତ ସଠିକ୍ ସମୟରେ ସଠିକ୍ ବୋଲରଙ୍କୁ ଚୟନ କରାଯାଇଥାନ୍ତା, ତେବେ ଫଳାଫଳ ଟିକେ ଭିନ୍ନ ହୋଇପାରିଥାନ୍ତା।
ବୁମରାହ ପରିସ୍ଥିତି ବିଷୟରେ ଏକ ଧାରଣା ରଖିଥିଲେ ଯେ ୧୮ ବଲ୍ ବାକି ଥିଲେ ମଧ୍ୟ ତାଙ୍କୁ କ’ଣ କରିବାକୁ ପଡ଼ିବ। ଜସ୍ସି ହେଉଛନ୍ତି ଜସ୍ସି ଏବଂ ସେ ଯେକୌଣସି ସମୟରେ କିଛି ବି ଚମତ୍କାର କରିପାରିବେ, କିନ୍ତୁ ଏହି ମ୍ୟାଚରେ ସେମିତି କିଛି ହେଲା ନାହିଁ।
PBKS vs MI: ଅହମ୍ମଦାବାଦରେ ଖେଳାଯାଇଥିବା ଏହି କ୍ୱାଲିଫାୟର ୨ରେ, ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦଳ ୨୦ ଓଭରରେ ୨୦୩/୬ ରନ୍ କରିଥିଲା।
ଯାହାର ଜବାବରେ ପଞ୍ଜାବ କିଙ୍ଗସ୍ ୧୯ ଓଭରରେ ୨୦୭/୫ ରନ୍ କରି ବିଜୟୀ ହୋଇଥିଲା। ଏବେ ଫାଇନାଲରେ, ପଞ୍ଜାବ ମେ ୩ ତାରିଖରେ ଅହମ୍ମଦାବାଦରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହା ସହିତ, ଏହି ସିଜନରେ IPL ଏକ ନୂତନ ଚାମ୍ପିଅନ୍ ପାଇବ ବୋଲି ମଧ୍ୟ ଧାରଣା ଅଛି।