fbpx

(Video) ଆଜି ପୂର୍ବତନ ଦଳ ବିପକ୍ଷରେ ଲଢିବେ ହାର୍ଦ୍ଦିକ: ନୂଆ ଅଧିନାୟକଙ୍କ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ତୃତୀୟ ଦିନରେ ଆଜି ମଧ୍ୟ ହେବ ମହା ଲଢେଇ । ଗୋଟିଏ ଦିନରେ ଡବଲ ଗେମ୍ ମଜା ନେଇପାରିବେ ଦର୍ଶକ । ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷେ୍ନø ସୁପର ଜିଆଣ୍ଟସ୍  ମୁହାଁମୁହିଁ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନସ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ । ସେହିପରି ନିଜ ପୂର୍ବତନ ଦଳ ଗୁଜୁରାଟ ଏବଂ ପୁରୁଣା ସାଥୀଙ୍କ ବିପକ୍ଷରେ ଖେଳିବେ କ୍ୟାପଟେନ୍ ପାଣ୍ଡ୍ୟା । ଗୁଜୁରାଟକୁ ୨ଟି ସିଜନରେ ଲଗାତାର ଫାଇନାଲରେ ପହଞ୍ଚାଇବା ପରେ ତୃତୀୟ ସିଜନରେ ଦଳ ବିପକ୍ଷରେ ଖେଳିବେ ହାର୍ଦ୍ଦିକ । ସେପଟେ ୩ ବର୍ଷ ପରେ ପୁଣିଥରେ ମୁମ୍ବାଇ କ୍ୟାମ୍ପକୁ ରୋହିତଙ୍କ ବିକଳ୍ପ ଭାବରେ ଫେରିଥିବାରୁ ହାର୍ଦ୍ଦିକଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଆଇପିଏଲର ପଞ୍ଚମ ମ୍ୟାଚ ମୁମ୍ବାଇ ଏବଂ ଗୁଜୁରାଟ ମହାସମରକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଏହି ସିଜନରେ ଉଭୟ ଦଳ ନୂତନ ଅଧିନାୟକଙ୍କ ନେତୃତ୍ୱରେ ଖେଳିବେ । ଗୁଜୁରାଟ ଟାଇଟନ୍ସରେ ଯୁବ ଖେଳାଳି ଶୁଭମନ ଗିଲ ଅଧିନାୟକତ୍ୱ କରୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ହେବେ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତେବେ ଉଭୟ ଦଳର ଅଧିନାୟକ ପିଚକୁ ଭଲ ଭାବେ ଜାଣିଛନ୍ତି । ଗତ ସିଜନରେ ଖେଳାଯାଇଥିବା କ୍ୱାଲିଫାୟର ମ୍ୟାଚରେ ମଧ୍ୟ ଉଭୟ ଦଳ ଏହି ଗ୍ରାଉଣ୍ଡରେ ଭେଟିଥିଲେ । ଏହି ମ୍ୟାଚରେ ହାର୍ଦ୍ଦିକ ଗୁଜୁରାଟ ପକ୍ଷରୁ ନେତୃତ୍ୱ ନେଉଥିବା ବେଳେ ରୋହିତ ମୁମ୍ବାଇର ଅଧିନାୟକ ରହିଥିଲେ । ତେବେ ବର୍ତ୍ତମାନ ଗୁଜୁରାଟ ଦଳର ଅଧିନାୟକ ଶୁଭମନ୍ ଗିଲଙ୍କ ମୁମ୍ବାଇ ବିପକ୍ଷରେ ଦମଦାର ଶତକ ହାସଲ କରି ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ । କିନ୍ତୁ ଏଥର ସିଜନରେ ଦଳରେ ଶୁଭମନଙ୍କ ଦାୟିତ୍ୱ ଏବଂ ବିପକ୍ଷ ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । ବିପକ୍ଷ ଦଳର ଅଧିନାୟକ ହାର୍ଦ୍ଦିକ ଗୁଜୁରାଟର ସମସ୍ତଙ୍କ ଖେଳାଳିଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି । ତେଣୁ ଆଜିର ମ୍ୟାଚ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ସେପଟେ ମୁମ୍ବାଇକୁ ଆଇପିଏଲରେ ୫ ଥର ଚମ୍ପିଆନ୍ କରିଥିବା ରୋହିତ ଶର୍ମାଙ୍କ ହାତରୁ ନେତୃତ୍ୱ ଛଡ଼ାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଦାନ କରାଯାଇଛି । ତେଣୁ ଦଳ ଏବଂ ଦଳର ଫ୍ୟାନ୍ସ ହାର୍ଦ୍ଦିକଙ୍କ ଦ୍ୱାରା ଉଚ୍ଚ ସ୍ତରର ପ୍ରଦର୍ଶନ ପାଇଁ ଆଶା ରଖିବେ । ତେବେ ଏହା ହାର୍ଦ୍ଦିକଙ୍କ ପାଇଁ ମଧ୍ୟ ଏକ ବଡ଼ ପରୀକ୍ଷା ହେବ । ଦଳର ପ୍ରଦର୍ଶନ ସହିତ ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ମଧ୍ୟ ଉଚ୍ଚ ସ୍ତରରେ ରଖିବାକୁ ଚେଷ୍ଟା କରିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାବ୍ୟତୀତ ଗୁଜୁରାଟର ଖେଳାଳି, କୋଚ୍ ଏବଂ ଏହି ଷ୍ଟାଡିୟମ ସହ ଖୁବ ଭଲ ଭାବରେ ପରିଚିତ ହୋଇଥିବାରୁ ଏହା ହାର୍ଦ୍ଦିକଙ୍କ ପାଇଁ ଏହା ସହଜ ହୋଇପାରେ । ତେବେ ଏହି ମ୍ୟାଚ ହାର୍ଦ୍ଦିକଙ୍କ ପାଇଁ ଏହି ମ୍ୟାଚ ଏବଂ ଏହାର ଫଳାଫଳ କୁବ ଗୁରୁତ୍ୱପୂର୍ଣ୍ଣ ରହିବ ।

Get real time updates directly on you device, subscribe now.