fbpx

ହିନ୍ଦୁମାନେ କିପରି ପଥରକୁ ଭଗବାନ ମାନୁଛନ୍ତି… ମନ୍ଦିର ଯାଇ ଏପରି କହିଲେ ପାକିସ୍ତାନୀ ଟିକ୍ ଟକ୍ ଆକ୍ଟର ହାରିମ୍ ଶାହ

ଓଡ଼ିଶା ଭାସ୍କର: ପାକିସ୍ତାନୀ ଟିକ୍ ଟକ୍ ଆକ୍ଟର ହାରିମ୍ ଶାହ ଅନେକ ସମୟରେ ଭାରତ ବିରୋଧରେ ବିବାଦୀୟ କଥା କହୁଥିବା ସାମ୍ନାକୁ ଆସୁଛି । ନିକଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପରେ ହାରିମ୍ ଶାହା ଭାରତକୁ ଉପହାସ କରିଥିଲେ। ଭାରତ ଚନ୍ଦ୍ରଯାନ-୩ରେ ଅର୍ଥ ବିନିଯୋଗ ନକରି ଶୌଚାଳୟ ନିର୍ମାଣ କରିବା ଉଚିତ। ଏବେ ହିନ୍ଦୁମାନଙ୍କୁ ନେଇ କଟାକ୍ଷ କରି କହିଛନ୍ତି । “ମୁଁ ମନ୍ଦିରକୁ ଯାଇଥିଲି କିନ୍ତୁ ସେଠାରେ ମତେ ମଜା ଲାଗି ନଥିଲା। ହିନ୍ଦୁମାନଙ୍କ ଆସ୍ଥାକୁ ନେଇ ସେ ଟୁଇଟ୍ କରି ବିବାଦୀୟ ବୟାନ ଦେଇଛନ୍ତି। ଏହା ଉପରେ ତାଙ୍କୁ ମଧ୍ୟ କଡ଼ା ଜବାବ ମିଳିଛି।
ହାରିମ ଶାହା ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ମୁଁ ଥରେ ମନ୍ଦିର ଯାଇଥିଲି, ସେଠି ମତେ ଆଦୌ ମଜା ଲାଗିଲା ନାହିଁ। ମୁଁ ଜାଣି ପାରୁନି ହିନ୍ଦୁମାନେ କିପରି ପଥରକୁ ଭଗବାନ ମାନୁଛନ୍ତି । ସେ ଏହାର ହ୍ୟାସଟ୍ୟାଗ୍ ରେ ଇଣ୍ଡିଆ ମଧ୍ୟ ଲେଖିଛନ୍ତି। ଭିଡିଓରେ ହାରିମ ଶାହ ଏକ ମନ୍ଦିରରେ ରହି ମନ୍ତ୍ର ଜପ କରୁଥିବାର ଦେଖିବାକୁ ମିଳିଛି। ସେମାନଙ୍କ ପଛରେ ଦେବଦେବୀଙ୍କ ମୂର୍ତ୍ତି ରହିଛି। ବହୁ ସଂଖ୍ୟକ ହିନ୍ଦୁ ଏହି ମନ୍ଦିରରେ ବସି ପୂଜା ର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଏହି ମନ୍ଦିର ପାକିସ୍ତାନର ନା ଦେଶର ଅନ୍ୟ କୌଣସି ସ୍ଥାନର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ହାରିଶ ଶାହାଙ୍କ ଏହି ବୟାନ ପରେ ତାଙ୍କୁ କଡ଼ା ଜବାବ ମିଳିଛି। ପାକିସ୍ତାନ ବର୍ତ୍ତମାନ ରେକର୍ଡ ଭାଙ୍ଗିବା ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଛି ଏବଂ ଅଟା ର ମୂଲ୍ୟ ଏବେ ସବୁ ପୁରୁଣା ରେକର୍ଡ ଭାଙ୍ଗିଦେଇଛି । ଏସପି ତିୱାରୀ ହାରିମ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ ଜୋତା ଓ ଚପଲ ଚୋରି କରିବାକୁ ଯାଇଥିଲେ କି ? ପଠାନ ନାମକ ଜଣେ ୟୁଜର ଲେଖିଛନ୍ତି, ‘ହାରିମ ଶାହା ତୁମେ ଲଜ୍ଜିତ ହେବା ଉଚିତ। ଅନ୍ୟ କାହାର ଆସ୍ଥା ଓ ଧର୍ମକୁ ଉପହାସ କରିବାର ଆପଣଙ୍କର କୌଣସି ଅଧିକାର ନାହିଁ। ‘

ହାରିମ ଶାହା ପାକିସ୍ତାନରେ ଅନେକ ସମୟରେ ବିବାଦରେ ରହିଥାନ୍ତି । ନିକଟରେ ହାରିମ ଶାହାଙ୍କ ନଗ୍ନ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଗାଧୋଉଥିବାର ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ଅନେକ ପାକିସ୍ତାନୀ ନେତାଙ୍କ ସହ ତାଙ୍କର ସମ୍ପର୍କ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଅନେକ ପାକିସ୍ତାନୀ ନେତାଙ୍କ ଭିଡିଓ ଲିକ୍ କରିଦେବେ ବୋଲି ହାରିମ ଶାହା ଧମକ ଦେଇଥିଲେ। ନିକଟରେ ହାରିମ ଶାହାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିଲା। ହରିମ ଶାହା ମଧ୍ୟ ଇମ୍ରାନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଗରୁ ବିବାଦରେ ଥିଲେ ।

Get real time updates directly on you device, subscribe now.