ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମଭମପତି ନିଯୁକ୍ତ । ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ । ରଘୁବର ଦାସଙ୍କ ଇସ୍ତଫା ପରେ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ରହିବାବୁ । ରାଜ୍ୟପାଳ ଦାୟିିତ୍ୱ ଗ୍ରହଣ କରିବା ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ । ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହରିବାବୁ ପ୍ରଥମ ତେଲୁଗୁ ବ୍ୟକ୍ତି ଯେ, ଉତ୍ତର-ପୂର୍ବ ଭାରତ ମିଜୋରାମର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ ।
ଥିମ୍ମାସମୁଦ୍ରମର ପ୍ରକାଶମ ଜିଲାରେ ହରିବାବୁଙ୍କ ଜନ୍ମ । ବିଟେକ୍ ପାଠପଢ଼ା ପାଇଁ ହରିବାବୁ ବିଶାଖାପାଟନମ୍ ଚାଲିଆସିଥିଲେ । ଆନ୍ଧ୍ର ୟୁନିଭର୍ସିଟିରେ ଇଲେକ୍ଟ୍ରିକାଲ ଆଣ୍ଡ କମୁ୍ୟନିକେଶନ ଇଞ୍ଜିନିୟରିଂ କରିଛନ୍ତି । ସମାନ ୟୁନିଭର୍ସିଟିରେ ମଧ୍ୟ ସେ ପି.ଏଚଡି କରିଛନ୍ତି । ଆନ୍ଧ୍ର ୟୁନିଭର୍ସିଟିରେ ହରିବାବୁ ଆସୋସିଏଟ୍ ପ୍ରଫେସର ଭାବେ ଚାକିରି କରିଥିଲେ । ମାତ୍ର ୧୯୯୩ରେ ସେ ଚାକିରିରୁ ଭଲୁ୍ୟଣ୍ଟାରି ରିଟାଇଅରମେଣ୍ଟ ନେଇ ରାଜନୀତିରେ ମିଶିଲେ ।