fbpx

ଗର୍ଭାବସ୍ଥାରେ ଲାଲ୍‌ ଲଙ୍କା ଖାଇବା ହାନିକାରକ: ହୋଇପାରେ ଏହିସବୁ ସମସ୍ୟା

Advertisement

କିଛି ଲୋକଙ୍କୁ ରାଗ ଖାଇବା ଖୁବ୍ ପସନ୍ଦ । ଏହି ପସନ୍ଦ ପୂରଣ କରିବା ଆଶାରେ ସେମାନେ ଖାଦ୍ୟରେ ଆବଶ୍ୟକଠାରୁ ଅଧିକ ଲଙ୍କା ବା ଲଙ୍କାଗୁଣ୍ଡର ବ୍ୟବହାର କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହି ଲାଲ୍ ଲଙ୍କା ଶରୀର ପାଇଁ କେତେକ କ୍ଷତିକାରକ? ଖାଦ୍ୟ ସମସ୍ତଙ୍କର ପସନ୍ଦ । ଲୋକମାନେ ସ୍ୱାଦାନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି ।

ବିଶେଷକରି ସୌଖୀନ୍ ଲୋକମାନେ ନିଜ ପସନ୍ଦ ମୁତାବିକ୍ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ ଖାଇଦେଇଥାନ୍ତି । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍ ଲଙ୍କାର ବ୍ୟବହାର କରିଥାଉ । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ? ଯଦି ଆପଣ ଅଧିକ ଲାଲ୍ ଲଙ୍କା ଖାଉଥାନ୍ତି, ତେବେ ଜାଣନ୍ତୁ ଏହାର ପରିଣାମ ।

ଆସ୍ଥମା :

ଖୁବ୍ କମ୍ ଲୋକ ଏକଥା ଜାଣିଥିବେ ଯେ ଆସ୍ଥମା ରୋଗୀଙ୍କ ପାଇଁ ଲାଲ୍ ଲଙ୍କା ଖୁବ୍ ହାନିକାରକ । ଯଦି ଆପଣ ନିୟମିତ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି, ତେବେ ଆସ୍ଥମା ସମସ୍ୟା ବଢିଯାଇପାରେ । ଏପରିକି ଆସ୍ଥମା ଆଟାକ୍ର ଆଶଙ୍କା ବହୁ ମାତ୍ରାରେ ବଢିଯାଇପାରେ ।

ଡାଇରିଆ :

ଯଦି ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି । ତେବେ ପାଚନ ତନ୍ତ୍ରରେ ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ । ବାରମ୍ବାର ଲାଲ୍ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ ।

ପେଟରେ ଅଲ୍ସର :

ମାତ୍ରାଧିକ ଲାଲ୍ଲଙ୍କା ଖାଇବା ଦ୍ୱାରା ପେଟରେ ସମସ୍ୟା ସୃଷ୍ଟି ହୋଇଥାଏ । ଲାଲ୍ ଲଙ୍କାରେ ଥିବା ଆଫ୍ଲାଟ୍କ୍ସିନ୍ ତତ୍ତ୍ୱ ପେଟ ଓ ଲିଭର୍ରେ କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍ ଲଙ୍କା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ ।

ଗର୍ଭାବସ୍ଥାରେ ହାନିକାରକ :

ଯଦି ଆପଣ ଗର୍ଭବତୀ । ତେବେ ଲାଲ୍ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍ ଲଙ୍କା ଖାଇବା ଦ୍ୱାରା ସମୟ ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ । ଏସବୁ ସମସ୍ୟାକୁ ଏଡାଇବା ପାଇଁ ଗର୍ଭାବସ୍ଥାରେ ଲାଲ୍ ଲଙ୍କାଠାରୁ ଦୂରେଇ ରହିବା ଭଲ ।

Get real time updates directly on you device, subscribe now.