fbpx

୧୫୦୦ ମିଟର ଦୌଡ଼ରେ ଭାରତକୁ ରୌପ୍ୟ: ମୋଟ ପଦକ ସଂଖ୍ୟା ୪୬ରେ ପହଞ୍ଚିଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଆଜି ଅଷ୍ଟମ ଦିନରେ ମଧ୍ୟ ତାହା ବଳବତ୍ତର ରହିଛି । ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତ କିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସହ ତା’ର ବିଜୟ ଯାତ୍ରା ଅବ୍ୟାହତ ରଖିଛି ।

ଆଜି ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତକୁ ରୌପ୍ୟ ପଦକ ମିଳିଛି । ମହିଳା ବିଭାଗରେ ହାର୍ମିଲାନ ବେନ୍ସ ଭାରତ ପାଇଁ ଏହି ସୁନାମ ଆଜିଛନ୍ତି । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୪୬ରେ ପହଞ୍ଚିଛି । ଭାରତ ୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଓ ୧୬ଟି କାଂସ୍ୟ ପଦକ ଜିତିଛି ।

ହାର୍ମିଲାନ ୧୫୦୦ ମିଟର ମହିଳା ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବିଭାଗରେ ଅଜୟ କୁମାର ଓ ଜିନ୍ସୋନ ଜନସନ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି । ହାର୍ମିଲାନ ରେସିଂକୁ ୪:୧୨:୭୪ ସମୟରେ ସମାପ୍ତ କରିଥିବା ବେଳେ ସରୋଜ ୩:୩୮:୯୪ ଓ ଜନସନ ୩:୩୯:୭୪ ସମୟ ନେଇଥିଲେ ।

ସୂଚନାଯୋଗ୍ୟ ଯେ, ହାର୍ମିଲାନ ଏକ ଆଥଲେଟିକ୍ସ ପରିବାରରୁ ଆସିଛନ୍ତି । ତାଙ୍କର ପିତା ଅମନଦୀପ ବେନ୍ସ ଦକ୍ଷିଣ ଏସୀୟ କ୍ରୀଡ଼ାରେ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପଦକ ଜିତିଥିବା ବେଳେ ତାଙ୍କର ମାଆ ମାଧୁରୀ ସାକ୍ସେନା ମଧ୍ୟ ୨୦୦୨ ଏସୀୟ କ୍ରୀଡ଼ାରେ ୮୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ଗତ ୨୦୨୨ ମସିହା ଅପେକ୍ଷା ଚଳିତ ଥର ହାର୍ମିଲାନ ତାଙ୍କର ପ୍ରଦର୍ଶକୁ ୨ ସେକେଣ୍ଡ ବୃଦ୍ଧି କରିପାରିଥିଲେ ।

Get real time updates directly on you device, subscribe now.