fbpx
BJD
BJD SKY
BJD SKY

ସବୁଠାରୁ ଦାମୀ ଖେଳାଳୀ ଭାବେ ହର୍ଷଲ ପଟେଲଙ୍କୁ କିଣିଲା ପଞ୍ଜାବ କିଙ୍ଗ୍ସ

BJD

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ସପ୍ତଦଶ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି । ଦୁବାଇରେ ଅନୁଷ୍ଠିତ ହୋଇଥିବା ଏହି ନିଲାମରେ ୭୭ ଟି ସ୍ଲଟ୍ ଥିବା ବେଳେ ୭୧ ଜଣ କିଣା ହୋଇଛନ୍ତି । ଅଷ୍ଟ୍ରଲିଆର ବାମହାତୀ ଦୃତ ବୋଲର ମିଚେଲ୍ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲକୁ ଫେରିଥିବା ବେଳେ ସବୁଠାରୁ ଦାମୀ ଖେଳାଳୀର ମାନ୍ୟତା ପାଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୨୪.୭୫ କୋଟି ଟଙ୍କାରେ କିଣିଛି । ସେହିପରି ପଞ୍ଜାବ କିଙ୍ଗ୍ସ ଦଳର ମହଙ୍ଗା ଖେଳାଳୀ ଭାବେ ହର୍ଷଲ ପଟେଲଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି । ୨୦୨୪ ଆଇପିଏଲ ପାଇଁ ପଞ୍ଜାବ କିଙ୍ଗ୍ସ ନିଜର ସ୍କ୍ୱାଡ୍ ପ୍ରସ୍ତୁତ କରି ସାରିଛି । ଏହି ନିଲାମୀରେ ଦଳ ମୋଟ୍ ୭ ଜଣ ଖେଳାଳୀଙ୍କୁ କିଣିବା ପାଇଁ ୨୪ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ୨୫ ସଦସ୍ୟ ବିଶିଷ୍ଟ ଦଳ ପୂରଣ ହୋଇଥିବା ବେଳେ ଦଳ ଶକ୍ତିଶାଳୀ ହୋଇଛି । ଏହି ଦଳରେ ମୋଟ୍ ୮ ଜଣ ବିଦେଶୀ ଖେଳାଳୀ ସାମିଲ ଅଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଦଳରେ ସାମିଲ ଖେଳାଳୀମାନେ କେତେ ଟଙ୍କାରେ କିଣା ହୋଇଛନ୍ତି । ହର୍ଷଲ ପଟେଲ ୧୧.୭୫ କୋଟି, କ୍ରିସ୍ ଭୋକ୍ସ ୪.୨୦, ଆଶୁତୋଷ ଶର୍ମା ୨୦ ଲକ୍ଷ, ବିଶ୍ୱନାଥ ପ୍ରତାତ ସିଂ ୨୦ ଲକ୍ଷ, ଶଶାଙ୍କ ସିଂ ୨୦ ଲକ୍ଷ, ତନୟ ତ୍ୟାଗରାଜନ୍ ୨୦ ଲକ୍ଷ, ପ୍ରିନ୍ସ ଚୌଧୁରୀ ୨୦ ଲକ୍ଷ ଏବଂ ରୋସୋଭଙ୍କୁ ୮ କୋଟି ଟଙ୍କାରେ କଣିଛି ପଞ୍ଜାବ କିଙ୍ଗ୍ସ । ଏମାନଙ୍କ ବ୍ୟତୀତ ଦଳରେ ସାମିଲ ଅଛନ୍ତି ଶିଖର ଧୱନ(କ୍ୟାପଟେନ୍), ମାଥ୍ୟୁ ଶର୍ଟ, ପ୍ରଭସିମରନ ସିଂ, ଜିତେଶ ଶର୍ମା, ଶିକନ୍ଦର ରାଜା, ରିଷି ଧୱନ, ଳିୟାମ ଲିଭିଙ୍ଗ ଷ୍ଟୋନ୍, ଅଥର୍ବ ତୈଡ଼େ, ଅର୍ଶଦୀପ ସିଂ, ନାଥନ୍ ଏଲିସ୍, ସାମ୍ କୁରାଂ, କାଗିସୋ ରାବାଡା, ହରପ୍ରୀତ ବ୍ରାର, ରାହୁଲ ଚହର, ହରଦୀପ ଭାଟିଆ, ୱିଦ୍ୱନ୍ତ କାଭେରାପ୍ପା, ଶିଭମ ସିଂ ।

 

Get real time updates directly on you device, subscribe now.