fbpx

ସଂସଦ ବାହାରେ ସାଂସଦଙ୍କ କଳି: କୃଷି ବିଲକୁ ନେଇ ହରସିମରତ-ରବନୀତ ମୁହାଁମୁହିଁ

Advertisement

ନୂଆଦିଲ୍ଲୀ: ବୁଧବାର ସଂସଦ ବାହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ସାଂସଦ ପରସ୍ପର ସହିତ ଯୁକ୍ତି କରୁଥିବାର ନଜର ଆସିଥିଲେ । ଶିରୋମଣୀ ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ ଓ କଂଗ୍ରେସ ସାଂସଦ ରବନୀତ ସିଂ ବିଟ୍ଟୁ ପରସ୍ପର ସହିତ ଯୁକ୍ତିତର୍କ କରିଥିଲେ । କୃଷି ବିଲକୁ ନେଇ ଉଭୟ ନେତା ମୁହାଁମୁହିଁ ହୋଇଥିଲେ । ବିଲ ପାଶକୁ ନେଇ ଉଭୟ ପରସ୍ପରକୁ ଦୋଷାରୋପ କରିଥିଲେ ।

ଏଏନଆଇ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ କୃଷି ବିଲକୁ ନେଇ ଉଭୟ ନେତା ପରସ୍ପର ପ୍ରତି ଦୋଷାରୋପ କରିଥିଲେ । ଅକାଳୀ ଦଳ ସରକାରରେ ରହିଥିବା ବେଳେ ଏବଂ ନିଜେ ହରସିମରତ କ୍ୟାବିନେଟ ମନ୍ତ୍ରୀ ରହିଥିବା ସମୟରେ ଏହି ବିଲ ପାଶ ହୋଇଥିଲା ବୋଲି ରବନୀତ ଅଭିଯୋଗ କରିଥିଲେ । ବିଲ ପାଶ ସମୟରେ ହର ସିମରତ ମୁହଁ ଖୋଲିନଥିବା ବେଳେ ବର୍ତ୍ତମାନ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଟ୍ଟୁ କହିଥିଲେ । ଏହାର ଉତ୍ତରରେ ହରସିମରତ କହିଥିଲେ, ବିଲ୍ ପାଶ ସମୟରେ ରାହୁଲ ଏବଂ ସୋନିଆ କେଉଁଠି ଥିଲେ । ମୁଁ ସରକାରରୁ ଇସ୍ତଫା ଦେଇ କୃଷକଙ୍କ ପାଇଁ ଲଢେଇ ଜାରି ରଖିଛି ବୋଲି ହରସିମରତ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଶିରୋମଣୀ ଅକାଳୀ ଦଳ ଚଳିତ ମୌସୁମୀ ଅଧିବେଶନରେ ସଂସଦ ବାହାରେ ବସି ପ୍ରତିବାଦ କରୁଛି ।

Get real time updates directly on you device, subscribe now.