fbpx

ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା: କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ହରିୟାଣା ସରକାର

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ କିଛି ରାଜ୍ୟ ମଧ୍ୟ କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ବୃଦ୍ଧି ଘୋଷଣା କରଥିଲେ । ନିକଟରେ ଝାଡ଼ଖଣ୍ଡ, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ଡିଏ ବୃଦ୍ଧି କରିଥିଲେ । ତେବେ ଏହା ମଧ୍ୟରେ ପୁଣି ଏକ ରାଜ୍ୟରେ ଡିଏ ବୃଦ୍ଧି ହୋଇଛି ।

ସୂଚନା ମୁତାବକ, ଆଜି ହରିୟାଣା ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଲୋକସଭା ନିର୍ବାଚନର ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାର ଡିଏ ବୃଦ୍ଧି ନେଇ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ କର୍ମଚାରୀଙ୍କୁ ୪୬ ପ୍ରତିଶତ ଡିଏ ମିଳୁଥିବା ବେଳେ ଏବେ ତାହା ୫୦ ପ୍ରତିଶତରେ ପହଞ୍ଚିଯାଇଛି । ଗତ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ । ରାଜ୍ୟ ସରକାର କର୍ମଚାରୀ, ପେନସନଭୋଗୀ ଓ ପାରିବାରିକ ପେନସନଭୋଗୀଙ୍କ ପାଇଁ ଡିଏ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.