fbpx

ହରିୟାଣା ସରକାରଙ୍କ ବଡ ବୟାନ, ମନୁ ଭାକର ହେବେ ‘ବେଟି ବଚାଓ ବେଟି ପଢାଓ ଅଭିଯାନ’ ର ବ୍ରାଣ୍ଡ ଆମ୍ବାସଡର

 

ଓଡିଶା ଭାସ୍କର: ଅଲିମ୍ପିକ୍ସ ଖେଳରେ ଭାରତର ତ୍ରିରଙ୍ଗା ବିଶ୍ୱସ୍ତରରେ ଲହରାଇଛନ୍ତି ସୁଟର ମନୁ ଭାକର । ତାହାସହ ମିଳିଛି ତାଙ୍କୁ ଅଜସ୍ର ସମ୍ମାନ । ମନୁ ଭାକରଙ୍କୁ ନେଇ ହରିୟାଣା ମହିଳା ଓ ବାଳ ବିକାଶମନ୍ତ୍ରୀ ଅସୀମ ଗୋୟଲ ବଡ ବୟାନ ଦେଇଛନ୍ତି । ସେ ଭାରତର ଏହି ସୁଟର ତଥା ସୁନା ଝିଅଙ୍କୁ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିବାକୁ ନେଇ ଘୋଷଣା କରିଛନ୍ତି ।

ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ୨ ଟି କାଂସ୍ୟ ଜିତି ସାରା ଦେଶବାସୀଙ୍କୁ ଗର୍ବ ଓ ଗୌରବର ଉପହାର ଭେଟି ଦେଇଛନ୍ତି । ମନୁ ନିଜ ବର୍ଗରେ ଏହି ସଫଳତା ହାସଲ କରି ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବା ତାଲିକାରେ ମଧ୍ୟ ନିଜ ନାମକୁ ସାମିଲ କରିଥିଲେ । ତାହାସହ ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା ସୁଟର । ଏହାବାଦ ମନୁ ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ଭାରତର ତ୍ରିରଙ୍ଗା ଧରିବେ ହକି ଷ୍ଟାର ପିଆର ଶ୍ରୀଜେଶଙ୍କ ସହ ।

Get real time updates directly on you device, subscribe now.