fbpx

ଜିମ୍ ଟ୍ରେନର ପ୍ରେମରେ ପଡ଼ି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ୩ବର୍ଷ ପରେ ସାମ୍ନାକୁ ଆସିଲା ସତ

Advertisement

ନୂଆଦିଲ୍ଲୀ: ହରିୟାଣାର ପାନିପତରୁ ଆସିଛି ଚମକାଇ ଦେଲା ଭଳି ଘଟଣା। ଏକାଠି ରହୁଥିଲେ ସ୍ୱାମୀ-ସ୍ତ୍ରୀ। ସ୍ୱାମୀ ଜଣେ ବ୍ୟବସାୟୀ ଥିଲେ ଏବଂ ତାଙ୍କର ବ୍ୟବସାୟ ଭଲ ଥିଲା। ହେଲେ ୧୫ ଡିସେମ୍ବର ୨୦୨୧ରେ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳି ମାରିଥିବା ବ୍ୟକ୍ତିଙ୍କ ନାମ ଦେବ ସୋନାର ବୋଲି ଜଣାପଡ଼ିଛି।

ପେଲିସ ତାଙ୍କୁ ଧରି ପଚରାଉଚରା ରେ କହିଥିଲା ଯେ ଟ୍ରକ୍ ଦୁର୍ଘଟଣା ମାମଲାରେ ବିନୋଦ ଭରାରା ତାଙ୍କୁ କୋର୍ଟ ବାହାରେ ସମାଧାନ କରିବାକୁ ମନା କରିଦେଇଥିଲେ, ତା’ପରେ ସେ ତାଙ୍କୁ ହତ୍ୟା କରିଥିଲେ। ଏବେ ପ୍ରଥମ ନଜରରେ ଏହା ଏକ ସ୍ପଷ୍ଟ ମାମଲା ବୋଲି ମନେ ହେଉଛି। ଅର୍ଥାତ୍ ବିନୋଦ ଭରାରାଙ୍କର ମୃତ୍ୟୁ ଘଟିଛି ଏବଂ ଅଭିଯୁକ୍ତ ଜେଲରେ ଅଛନ୍ତି।

କିନ୍ତୁ କାହାଣୀର ପ୍ରକୃତ ସତ କାହାଣୀ ତିନି ବର୍ଷ ପରେ ସାମ୍ନାକୁ ଆସିଛି। ବାସ୍ତବରେ ବ୍ୟବସାୟୀଙ୍କୁ ଅନ୍ୟ କେହି ନୁହେଁ ବରଂ ତାଙ୍କ ପତ୍ନୀ ହତ୍ୟା କରିଛନ୍ତି। ଆଉ ସେ ନିଜ ପ୍ରେମିକ ସହ ମିଶି ଏହି ପୂରା ଷଡ଼ଯନ୍ତ୍ର କରିଥିଲେ। ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆରୁ ଭରାରାଙ୍କ ଭାଇ ପ୍ରମୋଦ ଆଉଥରେ ତଦନ୍ତ ପାଇଁ ଚିଠି ପଠାଇଥିଲେ। ସେହି ଆଧାରରେ ତଦନ୍ତ କରାଯାଇ ଥିଲା।

ଶେଖାୱତ ଗଣମାଧ୍ୟମକୁ କହିଛନ୍ତି, “ଯେତେବେଳେ ମୁଁ ଏହି ମାମଲା ବିଷୟରେ ପଢିଲି, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆଶ୍ଚର୍ଯ୍ୟର କଥା ଯେ ଦୁର୍ଘଟଣା ମାମଲାରେ କାହାପାଖରେ ଅଦାଲତ ବାହାରେ ବୁଝାମଣା ନଥିଲା ଏବଂ ସେ ତାଙ୍କୁ ହତ୍ୟା କରିଥିଲେ।”

Get real time updates directly on you device, subscribe now.