ଆପଣଙ୍କ PF ଆକାଉଣ୍ଟରେ ସୁଧ ଆସିବା ବନ୍ଦ ହୋଇଯାଇଛି କି? ଏମିତି କରନ୍ତୁ ଯାଞ୍ଚ
ପିଏଫ ଆକାଉଣ୍ଟରେ ସୁଧ ଆସିବା ବନ୍ଦ ହୋଇଯାଇଛି କି? ଜାଣନ୍ତୁ
ନୂଆଦିଲ୍ଲୀ: ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇପିଏଫରେ ୮.୨୫%ର ବାର୍ଷିକ ସୁଧ ଦର ଧାର୍ଯ୍ୟ କରିଛନ୍ତି। ଏହି ସୁଧ ପ୍ରତି ମାସରେ ଖାତାର କ୍ଲୋଜିଂ ବାଲାନ୍ସରେ କାଲକୁଲେସନ ହୋଇ ବର୍ଷକୁ ଥରେ ଆପଣଙ୍କ ଖାତାରେ ଜମା ହୋଇଥାଏ।
ହେଲେ ଯଦି ଆପଣଙ୍କ ଇପିଏଫ ଖାତା ଲଗାତାର ୩୬ ମାସ ପର୍ଯ୍ୟନ୍ତ ନିଷ୍କ୍ରିୟ ରହୁଛି, ତେବେ ସେହି ସମୟରେ ସେଥିରେ କୌଣସି ମଧ୍ୟ ଜମାର ଟ୍ରାଞ୍ଜାକ୍ସନ ହୋଇନଥାଏ। ତେବେ ଖାତାରେ ସୁଧ ଆସିବା ବନ୍ଦ ହୋଇଯାଇଥାଏ। ଏହି ନିୟମ ଇପିଏଫଓ ସ୍ପଷ୍ଟ ଭାବେ ସୋସିଆଲ ମିଡିଆରେ ୨୭ ଅଗଷ୍ଟ ୨୦୨୫ରେ କହିଛି।
ଇପିଏଫ ମୁତାବକ, ଏହି ଖାତା ସେତେବେଳେ ନିଷ୍କ୍ରିୟ ହୋଇଥାଏ, ଯେତେବେଳେ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ଟ୍ରାଞ୍ଜାକ୍ସନ ହୋଇନଥାଏ। ସୁଧ କ୍ରେଡିଟକୁ ଛାଡ଼ି। ଅର୍ଥାତ ୫୫ ବର୍ଷ ବୟସରେ ଅବସର ନେବା ପରେ ଆପଣଙ୍କ ଖାତା ୫୮ ବର୍ଷ ପର୍ଯ୍ୟନ୍ତ ସୁଧ ଅର୍ଜନ କରିଥାଏ। ଏହାପରେ ତାହା ନିଷ୍କ୍ରିୟ ହୋଇଯିବ।
EPF ଖାତାକୁ ରଖନ୍ତୁ ଆକ୍ଟିଭ: ଇପିଏଫଓ ନିଜ ଅଫିସିଆଲ ସୋସିଆଲ ମିଡିଆ ଚ୍ୟାନେଲରେ ସ୍ପଷ୍ଟ ଭାବେ କହିଛି ଯେ, ଆପଣଙ୍କ ଇପିଏଫ ଖାତା ୩୬ ମାସ ପରେ ନିଷ୍କ୍ରିୟ ହୋଇଯିବ। ଏଥିରେ ସୁଧ ମିଳିବ ନାହିଁ।
ଏଥିପାଇଁ କାର୍ଯ୍ୟ କରୁଥିବା ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେ ନିଜର ପୁରୁଣା ଇପିଏଫ ଖାତା ନୂଆ ଇପିଏଫ ଆକାଉଣ୍ଟରେ ସଙ୍ଗେ ସଙ୍ଗେ ଟ୍ରାନ୍ସଫର କରନ୍ତୁ। ଯେଉଁ ଲୋକେ ବର୍ତ୍ତମାନ କାମ କରୁ ନାହାନ୍ତି, ସେମାନେ ନିଜ ଇପିଏଫ ଫଣ୍ଡ ବାହାର କରିବା ଆରମ୍ଭ କରନ୍ତୁ, ଯାହା ଦ୍ୱାରା ସୁଧର କ୍ଷତି ନ ହେବ।