fbpx

ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ଯାଇଛି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା । ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ। ପରେ ପେଟ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ପେଟ ଫୁଲିବା, ଆମ୍ବିଳ ଢ଼କାର ଆସିବା ଏବଂ ମନରେ ଅସ୍ତବ୍ୟସ୍ତ ଲାଗିଥାଏ । ତେଣୁ ଏହି ସବୁ ସମସ୍ୟାକୁ ଦୂରେଇବା ପାଇଁ ଏକ ଘରୋଇ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଯାହା ଆପଣଙ୍କ ପେଟ ସମସ୍ୟାକୁ ଦୂର କରିଦେବ ।

ଗ୍ୟାସ ସମସ୍ୟା ଦୂର କରିବା ପାଇଁ ଜିରା ପାଉଡରର ସେବନ କରିପାରିବେ । ଯେତେବେଳେ ବି କେବେ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ସେହି ସମୟରେ ଅଧା ଚାମଚ ଜିରା ପାଉଡର ଖାଇ ପାଣି ପିଇ ଦିଅନ୍ତୁ ।

ତେବେ ଏହାକୁ ମିପରି ପ୍ରସ୍ତୁତ କରିବେ ଜାଣନ୍ତୁ..ଜିରାକୁ ପ୍ରଥମେ ଭାଜି ଦିଅନ୍ତୁ । ଏହାପରେ ଏହାକୁ ଭାଜି ରଖିଦିଅନ୍ତୁ । ପରେ ପେଶି ସେବନ କରିବା ଦ୍ୱାରା ଏହା ଅଧିକ ପ୍ରଭାବ ଦେଖାଇବ। ଜିରାରେ ଭିଟାମିନ୍‌ ଏ, ବି, ସି ଏବଂ ଇ ରହିଥାଏ । ଆମିନୋ ଏସିଡ ଏବଂ ଖଣିଜରେ ଭରପୂର ଥିବା ଜିରା, ପେଟ ସମସ୍ୟାକୁ ଚୁଟକିରେ ଦୂର କରିଦେଇଥାଏ ।

ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ଏହି ଚୂର୍ଣ୍ଣକୁ ମଧ୍ୟ ସହଜରେ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଦୁଇ ଚାମଚ ଜୁଆଣି ନିଅନ୍ତୁ । ଏକ ଚାମଚ୍‌ ହେଙ୍ଗୁ, ଏକ ଚାମଚ କଳା ଲୁଣ ନିଅନ୍ତୁ । ହାଲକା ଗରମ ତାଓ୍ଵାରେ ଜୁଆଣି ପକାଇ ଭାଜି ଦିଅନ୍ତୁ । ଏହାପରେ ଜୁଆଣିକୁ ଥଣ୍ଡା କରିଦିଅନ୍ତୁ ଏବଂ ଏଥିରେ ହେଙ୍ଗୁ ଏବଂ ଲୁଣ ମିଶାଇ ଦିଅନ୍ତୁ । ଏହି ସମସ୍ତ ସାମଗ୍ରୀକୁ ମିଶାଇ ଏକାଠି ପେଶି ଦିଅନ୍ତୁ । ଏହି ଚୂର୍ଣ୍ଣ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଏକ ଖାଲି ଡବାରେ ରଖିଦିଅନ୍ତୁ ।

ଏବଂ ଯେତେବେଳେ ବି ଆପଣଙ୍କ ପେଟ ସମ୍ବନ୍ଧୀୟ କୌଣସି ବି ସମସ୍ୟା ଦେଖାଯିବ ସେତେବେଳେ ଆପଣ ଏହାକୁ ଅଧା ଚାମଚ ପାଣି ସହିତ ସେବନ କରନ୍ତୁ । ଏହି ଚୂର୍ଣ୍ଣ ଆପଣଙ୍କ ପେଟ ସମସ୍ୟାକୁ ଦୂର କରିଦେବ ।

Get real time updates directly on you device, subscribe now.