fbpx

(Video)ଆପଣ କେବେ ଉଡ଼ନ୍ତା ମାଛ ଦେଖିଛନ୍ତି କି? ଯାହାକୁ ଧରିବାକୁ ଯିବା ମାତ୍ରେ ତାହା ପକ୍ଷୀ ପରି ଉଡିଯାଇଥାଏ

ଓଡିଶା ଭାସ୍କର; କଥାରେ ଅଛି “ମଛଲି ଜଲକା ରାନୀ ହେ, ଜୀବନ୍ ଜିସକା ପାନୀ ହେ, ହାତ୍ ଲଗାଏଙ୍ଗ ତୋ ଡର୍ ଯାଏଙ୍ଗେ, ଭାର ନିକଲ ଆଏଙ୍ଗେ ତୋ ମର୍ ଯାଏଙ୍ଗେ।’ ଏହି ଉକ୍ତିଟିକୁ ଆପଣ ପିଲାବେଳେ ଇଂରାଜୀ ରାଇମ୍ସରେ ନିଶ୍ଚୟ ପଢ଼ିଥିବେ । ଏହାର ଅର୍ଥ, ମାଛ ହେଉଛି ଜଳର ରାଣୀ, ଯାହାର ଜୀବନ ହେଉଛି ପାଣି, ହାତ ଲଗାଇଲେ ଡରିଯିବେ, ବାହାରକୁ ଆସିଲେ ମରିଯିବେ । ବାସ୍ତବରେ ସମସ୍ତ ମାଛ ପାଣିରେ ରହିଥାନ୍ତି ଓ ସେମାନଙ୍କୁ ବାହାରକୁ ଆଣିବା ମାତ୍ରେ କିଛି ସମୟ ଭିତରେ ସେମାନେ ମରିଯାଇଥାନ୍ତି । କିନ୍ତୁ ଏପରି କିଛି ମାଛ ରହିଥାନ୍ତି ଯେଉଁମାନେ ପାଣିରୁ ବାହାରକୁ ବାହାରି ଉଡିପା’ରନ୍ତି । ତେବେ କଣ ଆପଣ ଏହି ଉଡ଼ନ୍ତା ମାଛକୁ କେବେ ଦେଖିଛନ୍ତି କି, ଏହାର ନାମ ଜାଣିଛନ୍ତି କି?

ପ୍ରକୃତିରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଦେଖିବାକୁ ମିଳିଥାଏ । ବେଳେବେଳେ ଆମେ ଏପରି କିଛି ଜିନିଷ ଦେଖିବାକୁ ପାଇଥାଉ, ଯାହା ଦେଖିବା ପରେ ଆମେ ଆମ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ । ମାଛ ଉଡିବା କଥା ଶୁଣି ପ୍ରଥମରୁ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଏଭଳି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହି ଉଡ଼ନ୍ତା ମାଛର ଭିଡିଓକୁ ଅନ୍ୟ ୟୁଜରମାନେ ଖୁବ ଉପଭୋଗ କରୁଛନ୍ତି ଏବଂ ଏହାକୁ ଅଧିକରୁ ଅଧିକ ମଧ୍ୟ ସେୟାର କରିବାରେ ଲାଗିଛନ୍ତି ।

ତେବେ ଏଭଳି କିଛି ମାଛ ରହିଛନ୍ତି ଯେଉଁମାନଙ୍କର ପକ୍ଷୀ ଭଳି ଡେଣା ରହିଥାଏ । ଏହି ମାଛ ମାନେ ବହୁତ ତୀବ୍ର ବେଗରେ ଉଡିପାରନ୍ତି । ଭାରତୀୟ ମତ୍ସ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହି ବିରଳ ଉଡନ୍ତା ମାଛ (Flying Fish) ବଙ୍ଗୋପସାଗର (Bay of bengal) ଉପକୂଳ ଏବଂ ଆଣ୍ଡାମାନ ନିକୋବର ସମୂଦ୍ରରେ ଦେଖିବାକୁ ମିଳେ। ଶିକାରୀଙ୍କ କବଳରୁ ବଞ୍ଚିବା ପାଇଁ ଏମାନେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଉଡିଯାଆନ୍ତି। ଏବଂ ପରେ ସମୁଦ୍ରକୁ ଫେରି ଆସନ୍ତି। ତେବେ ଏହି ଫ୍ଲାଇଂ ଫିସ୍ ବା ଉଡନ୍ତା ମାଛ କିଛି ମିଟର ଦୂରତା ଯାଏଁ ହିଁ ଉଡିବାରେ ସକ୍ଷମ ବୋଲି ସେମମାନେ କୁହନ୍ତି । ଏହି ଉଡ଼ନ୍ତା ମାଛ ମାନଙ୍କ ମଧ୍ୟରେ Exocoetus ହେଉଛି ଏକ ପ୍ରମୁଖ ଉଡ଼ନ୍ତା ମାଛ ।

Get real time updates directly on you device, subscribe now.