fbpx
BSKY
BJD MC SKY
BJD MS SKY

ସୂର୍ଯ୍ୟ ନା ଜଳ? ସୌର ମଣ୍ଡଳରେ ପ୍ରଥମେ କହାର ହୋଇଥିଲା ଉତ୍ପତ୍ତି? ଜାଣନ୍ତୁ ଉତ୍ତର

ଅନେକ ସମୟରେ ଆମ ମୁଣ୍ଡକୁ ବିଭିନ୍ନ ପ୍ରଶ୍ନ ଆସେ, ଯାହାର ସଠିକ ଉତ୍ତର ମିଳିପାରେ ନାହିଁ । ସେହିପରି ସୌରଜଗତକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ରହିଛି । ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟର ସୃଷ୍ଟି କିପରି ହୋଇଥିଲା? କିଏ ପ୍ରଥମେ ଆସିଥିଲା ? ଏପରି ଅନେକ ପ୍ରଶ୍ନ ଆମ ମନକୁ ସର୍ବଦା ଘାରିଥାଏ । ବୈଜ୍ଞାନିକମାନେ ମଧ୍ୟ ଅନେକ ସମୟରେ ଏ ପ୍ରସଙ୍ଗରେ ନୂଆ ନୂଆ ତଥ୍ୟ ଜନମାନସକୁ ଆଣିଥାନ୍ତି । ମାତ୍ର ମଣିଷ ବିଜ୍ଞାନ ଯୁଗରେ ଯେତେ ଆଗକୁ ବଢ଼ିଲେ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡକୁ ନେଇ ତା’ର ପ୍ରୟାସ ଆଜି ବି ଜାରି ରହିଛି ।

ନିକଟରେ ବୈଜ୍ଞାନିକମାନେ ଏକ ନୂଆ ସନ୍ଧାନ କରି ବିଶ୍ୱବାସୀଙ୍କୁ ଚମକାଇ ଦେଇଛନ୍ତି । ବୈଜ୍ଞାନିକଙ୍କ ମତରେ, ବ୍ରହ୍ମାଣ୍ଡରେ ସୂର୍ଯ୍ୟର ଅସ୍ତିତ୍ୱ ପୂର୍ବରୁ ଜଳର ଅସ୍ଥିତ୍ୱ ରହିଥିଲା । ଏ ବାବଦରେ ସ୍ପଷ୍ଟ ପ୍ରମାଣ ମଧ୍ୟ ମିଳିଛି । ବୈଜ୍ଞାନିକମାନେ ଏଚ୨୦ର ରୁଟକୁ ଅନୁସରଣ କରି ଏହି କ୍ରମରେ କିଛି ସମ୍ଭାବନା ଦେଖାଇଛନ୍ତି । ସୂର୍ଯ୍ୟର ସୃଷ୍ଟି ହେବା ପୂର୍ବରୁ ଅରବ ବର୍ଷ ପୂର୍ବରୁ ଆମର ସୌର ମଣ୍ଡଳରେ ଜଳର ଉପସ୍ଥିତି ରହିଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ବର୍ତମାନ ସୁଦ୍ଧା ସୂର୍ଯ୍ୟକୁ ସୌର ମଣ୍ଡଳରେ ସର୍ବପ୍ରାଚୀନ ବୋଲି ଗ୍ରହଣ କରାଯଉଥିଲା । ମାତ୍ର ଏହି ନୂଆ ତଥ୍ୟ ଆସିବା ପରେ ସୂର୍ଯ୍ୟ ପୂର୍ବରୁ ଜଳ ଥିଲା ବୋଲି ଜଣାପଡ଼ିଛି ।

ବୈଜ୍ଞାନିକଙ୍କ ନୂଆ ଅନୁସନ୍ଧାନ ଦ୍ୱାରା ପୃଥିବୀକୁ ପାଣି କେଉଁଠୁ ଓ କିପରି ଆସିଲା ସେନେଇ ସୂଚନା ମିଳିଛି । ଆମେରିକାର ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନର ନ୍ୟାସନାଲ ରେଡିଓ ଆଷ୍ଟ୍ରୋନୋମୀ ଅବଜରଭେଟୋରୀ (ଏନଆରଏଓ)ର ଜଣେ ଜ୍ୟୋତିର୍ବିଦଙ୍କ ମତରେ, ସେ ବିଶ୍ୱରେ ଜଳର ପ୍ରବାହ ନେଇ ସନ୍ଧାନ କରୁଥିଲେ । ସେଥିପାଇଁ ଗ୍ରହ ଓ ଧୂମକେତୁରେ ଜଳର ଚିହ୍ନ ଦେଖିବାକୁ ଚାହୁଁଥିଲେ ଓ ଜଳର ଉତ୍ପତ୍ତି ବିଷୟରେ ଜାଣିବାକୁ ଚାହୁଁଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଗ୍ରହ ତିଆରି କରୁଥିବା ଡିସ୍କରେ ଗ୍ୟାସ ଆଧାରିତ ପାଣିର ସନ୍ଧାନ କରିଥିଲେ ।

ସୌର ମଣ୍ଡଳର କିଛି ଧୂମକେତୁରେ ରହିଥିବା ପାଣି ପୃଥିବୀର ପାଣି ସହିତ ସମାନ ବୋଲି ବୈଜ୍ଞାନିକମାନେ ନିଜ ଅଧ୍ୟୟନରେ କହିଛନ୍ତି । ସୂର୍ଯ୍ୟ ସୃଷ୍ଟି ପୂର୍ବରୁ ପାଣି ଇନ୍ଟରଷ୍ଟେଲର ସ୍ପେସରେ ତିଆରି ହୋଇଥିଲା । ସେଠାରୁ ଉତରାଧିକାରୀ ଆଧାରରେ ଧୂମକେତୁ ଓ ପୃଥିବୀ ଏହି ଜଳ ପାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.